Below header

Google ରେ ଆରମ୍ଭ ହେଲା Whatsapp ଭଳି ଫିଚର, ୟୁଜର୍ସଙ୍କୁ ମିଳିବ ଏସବୁ ସୁବିଧା

ସୋସିଆଲ ମେସେଜିଂ ଆପ୍‌ ହ୍ଵାଟ୍ସ ଆପ୍‌କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିଛି ସର୍ଚ୍ଚ ଇଞ୍ଜିନ୍‌ କମ୍ପାନୀ ଗୁଗୁଲ୍‌। କମ୍ପାନୀ ନିଜ ମେସେଜିଂ ସର୍ଭିସରେ ଚାଟ୍‌ ଫିଚରକୁ ଲଞ୍ଚ୍‌ କରିଛି। କମ୍ପାନୀର ଏହି ସର୍ଭିସ ଓପନ୍‌ ରିଚ୍‌ କମ୍ୟୁନିକେସନ୍‌ ସର୍ଭିସେଜ୍‌ର ମାନକ ଉପରେ ଆଧାରିତ।

ଗୁଗଲର ଏହି ସେବା ଅବିକଳ ଫେସ୍‌ବୁକ୍‌ ମେସେଞ୍ଜର, ହ୍ଵାଟ୍ସ ଆପ୍‌ ଓ ଟେଲିଗ୍ରାମ୍‌ ଭଳି। କମ୍ପାନୀ ତରଫରୁ କୁହାଯାଇଛି ଯେ ସମସ୍ତଙ୍କ ପାଇଁ ଆଣ୍ଡ୍ରଏଡ୍‌ରେ ଚାଟ୍‌ ଫିଚର ଲଞ୍ଚ୍‌ କରାଯାଇଛି। ଏହା ସାହାଯ୍ୟରେ ମେସେଜ୍‌ କରିବା ଅନୁଭବକୁ ମଡର୍ଣ୍ଣ କରି ହେବ। ମେସେଜ୍‌ କରିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତି ସିଧାସଳଖ ଗୁଗଲର ଏହି ମଡର୍ଣ୍ଣ ଚାଟ୍‌ ଫିଚରକୁ ବ୍ୟବହାର କରିପାରିବେ।

google

ଏକା ଭଳି ଆପ୍‌କୁ କରିପାରିବେ ତୁଳନା:

ଗୁଗଲ୍‌ର ପ୍ଲେ ଷ୍ଟୋର ଆପ୍‌ରେ ଏକ ନୂଆ ଆପ୍‌ ଫିଚର ଆସିବାକୁ ଯାଉଛି। ଯାହା ସାହାଯ୍ୟରେ ୟୁଜର୍ସ ଏକାଭଳି ଆପ୍‌ ମଧ୍ୟରେ ତୁଳନା କରିପାରିବେ ଓ ଏହି ଆଧାରରେ ତାହାକୁ ଡାଉନ୍‌ଲୋଡ୍‌ କରିବେ କି ନାହିଁ ତାହାର ନିଷ୍ପତ୍ତି ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.