ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ, ଗାଡ଼ି ଚଳାଚଳ ଠପ
ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ। ଏହି ବନ୍ଦ ଡାକରା ଦେଇଛି ବୁର୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି। ବୁର୍ଲା ବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଓ ମହାନଗର ନିଗମ ପକ୍ଷରୁ ଚାଲିଥିବା ଜବର ଦଖଲ ଉଚ୍ଛେଦକୁ ଦୃଢ଼ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି ।
ସମ୍ବଲପୁର (କେନ୍ୟୁଜ): ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ। ଏହି ବନ୍ଦ ଡାକରା ଦେଇଛି ବୁର୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ବୁର୍ଲା ବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଓ ମହାନଗର ନିଗମ ପକ୍ଷରୁ ଚାଲିଥିବା ଜବର ଦଖଲ ଉଚ୍ଛେଦକୁ ଦୃଢ଼ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏଥିପାଈଁ ଆଜି ସମସ୍ତ ସ୍କୁଲ, କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡିକ ବନ୍ଦ ଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ସେହିପରି ଜରୁରକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି।