Below header

ବଞ୍ଚିଗଲା ଜୀବନ: କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଲେ ମହିଳା

ଅଳ୍ପକେ ବର୍ତ୍ତିଲା ଜୀବନ। ବିରାଟକାୟ କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଛନ୍ତି ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କୃପାସିନ୍ଧୁ ହାଇସ୍କୁଲ ନିକଟ ଖରସ୍ରୋତା ନଦୀରେ।

ଯାଜପୁର (କେନ୍ୟୁଜ): ଅଳ୍ପକେ ବର୍ତ୍ତିଲା ଜୀବନ। ବିରାଟକାୟ କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଛନ୍ତି ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କୃପାସିନ୍ଧୁ ହାଇସ୍କୁଲ ନିକଟ ଖରସ୍ରୋତା ନଦୀରେ।

ସୂଚନା ମୁତାବକ ଗତକାଲି କିଛି ମହିଳା ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ହଠାତ ପଛପଟୁ ଏକ ବିରାଟକାୟ କୁମ୍ଭୀର ଆକ୍ରମଣ କରିଥିଲା । ଆଉ ମହିଳା ଜଣଙ୍କ ଚିତ୍କାର କରିବା ପରେ ଦୁଇ ଯୁବକ ତାଙ୍କୁ ଉପରକୁ ଟାଣି ଆଣିଥିଲେ । ଫଳରେ କୁମ୍ଭୀର ମୁହଁରୁ ଅଳ୍ପକେ ବଞ୍ଚିଯାଇଛନ୍ତି ମହିଳା । ନଦୀରେ କୁମ୍ଭୀର ଥିବା ଜଣାପଡିବା ପରେ ଗାଁଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.