ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର (କେନ୍ୟୁଜ): ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିବା ବେଳେ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ସୂଚନା ଅନୁସାରେ କ୍ରିୟାନୁଷ୍ଠାନ କମିଟି କହିବା କଥା ଯେ ମେଡିକାଲ କଲେଜ ଚଳାଇବା ପାଇଁ ଏମସିଏଲ ଟଙ୍କା ଦେବାକୁ ରାଜି ହେବା ସହ ରାଜ୍ୟ ସରକାର ଏହାକୁ ଚଳାଇବେ ବୋଲି ଘୋଷଣା କଲେ ।

ହେଲେ ଏହାରି ଭିତରେ ପ୍ରାୟ ଏକମାସ ବିତି ଗଲାଣି କିନ୍ତୁ ଆଉ କିଛି ଅଗ୍ରଗତି ହେଉ ନାହିଁ କି ଛାତ୍ରଛାତ୍ରୀ ମାନଙ୍କର ଆଡମିସନ କରା ଯାଉନାହିଁ । ଏଣୁ ଏହାର ପ୍ରତିବାଦ କରିବା ସହ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରାକୁ ତାଳଚେରର ବିଭିନ୍ନ ସଙ୍ଘ ପକ୍ଷରୁ ସମର୍ଥନ କରାଯାଇଛି । ତାଳଚେରରେ ଦୋକାନ ବଜାର ବନ୍ଦ ରହିବା ସହ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ତାଳଚେରର ସମସ୍ତ କୋଇଲାଖଣିରୁ ଉତ୍ତୋଳନ ଓ ପରିବହନ ବନ୍ଦ ରହିଥିବା ବେଳେ ଟ୍ରକ ଓ ଟ୍ରେନ ଯୋଗେ କୋଇଲା ପରିବହନ ସମ୍ପୂର୍ଣ୍ଣ ଠପ ହୋଇପଡିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.