Below header

ଫନି ପାଇଁ ଓଡ଼ିଶାକୁ ୟେଲୋ ଆଲର୍ଟ : ମୁକାବିଲା ପାଇଁ ୧୨ ଜଣ IAS ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ଭୟଙ୍କର ରୂପ ଧାରଣ କରି ଓଡ଼ିଶା ମୁହାଁ ବାତ୍ୟା ଫନି। ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଆଗକୁ ଆଗକୁ ମାଡ଼ି ଆସୁଛି। ଆସନ୍ତା ୩ ତାରିଖରେ ପୁରୀ ନିକଟ ବାଲୁଖଣ୍ଡରେ ଏହା ସ୍ଥଳଭାଗ ଛୁଇଁବ। ‘ଫନି’ ବର୍ତ୍ତମାନ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ମୁହାଁଇଛି। ପୁରୀଠାରୁ ୬୬୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୪୦୦ କିଲୋମିଟର ଦୂର ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ।

ବାତ୍ୟା ଫନି ମୁକାବିଲା ପାଇଁ ୧୨ ଜଣ IAS ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ। ପୁରୀ ଜିଲ୍ଲା ଦାୟିତ୍ୱରେ ରହିବେ ସୁରେଶ ଚନ୍ଦ୍ର ମହାପାତ୍ର । ସେହିପରି ଭଦ୍ରକ ପାଇଁ ସୁଦର୍ଶନ ପାଲ୍ ଠାକୁର, କେନ୍ଦ୍ରାପଡ଼ା ପାଇଁ ପ୍ରଦୀପ କୁମାର ଜେନା ଓ ହେମନ୍ତ କୁମାର ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି । କଟକ ପାଇଁ ସଞ୍ଜୀବ ଚୋପ୍ରା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଖୋର୍ଦ୍ଧା ପାଇଁ କ୍ରିଷନ କୁମାର ଓ ଯାଜପୁର ଜିଲ୍ଲା ପାଇଁ ଅନୀଲ କୁମାର ସାମଲ ଦାୟିତ୍ୱରେ ରହିବେ । ସେହିପରି ବାଲେଶ୍ୱର ପାଇଁ ପ୍ରେମଚନ୍ଦ୍ର ଚୌଧୁରୀ ଓ ଅବଦ୍ଦଲ ଅଖତରଙ୍କୁ ଦାୟିତ୍ୱ ମିଳିଛି । ସିଏମସି ଅଫିସରେ ସଂଗ୍ରାମଜିତ ନାୟକ ଓ ମନିଷା ବାନାର୍ଜୀ SRC ଅଫିସରେ ରହିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

fani2

୧୨ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ
ପୁରୀ- ସୁରେଶ ଚନ୍ଦ୍ର ମହାପାତ୍ର
ଭଦ୍ରକ-ସୁଦର୍ଶନ ପାଲ୍ ଠାକୁର
କେନ୍ଦ୍ରାପଡ଼ା-ପ୍ରଦୀପ କୁମାର ଜେନା
କେନ୍ଦ୍ରାପଡ଼ା-ହେମନ୍ତ କୁମାର ପାଢ଼ୀ
କଟକ-ସଞ୍ଜୀବ ଚୋପ୍ରା
ଜଗତସିଂହପୁର -ଶାଶ୍ୱତ ମିଶ୍ର
ଖୋର୍ଦ୍ଧା-କ୍ରିଷନ କୁମାର
ଯାଜପୁର-ଅନୀଲ କୁମାର ସାମଲ
ବାଲେଶ୍ୱର-ପ୍ରେମଚନ୍ଦ୍ର ଚୌଧୁରୀ
ବାଲେଶ୍ୱର-ଅବଦ୍ଦଲ ଅଖତର
ସିଏମସି ଅଫିସ-ସଂଗ୍ରାମଜିତ ନାୟକ
ମନିଷା ବାନାର୍ଜୀ- SRC ଅଫିସ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.