ରାଜ୍ୟରେ ଆଉ ୧୨ ମୁଣ୍ଡ ନେଲା କରୋନା, ୨୪୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ଯା

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୨ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୪୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୩ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, ଏହାକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି ।

-ମୃତକଙ୍କ ମଧ୍ୟରୁ ମୟୁରଭଞ୍ଜ ଜିଲାରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ୩୬ ବର୍ଷୀୟ ଜଣେ ଯୁବକ ଅଛନ୍ତି ।

-ସମ୍ବଲପୁରରୁ ଜଣେ ୭୮ ବର୍ଷ ବର୍ଷୀୟ ବୟସ୍କ ବ୍ୟକ୍ତି ଅଛନ୍ତି ।

-ଭଦ୍ରକର ଜଣେ ୫୫ ବର୍ଷୀୟ ବ୍ୟକ୍ତି କରୋନା କାରଣରୁ ପ୍ରାଣ ଯାଇଥିବା ଜଣାଯାଇଛି ।

-ଅନ୍ୟପକ୍ଷରେ ଢେଙ୍କାନାଳର ୬୧ ବର୍ଷୀୟ ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣଙ୍କ ପୂର୍ବରୁ ମଧୁମେହ ଓ ହାଇପରଟେନସନ ରୋଗରେ ପୀଡିତ ଥିଲେ

-ସୁନ୍ଦରଗଡର ୭୭ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ  ।

-ସୁନ୍ଦରଗଡର ଜଣେ ୬୬ ବର୍ଷୀୟ ବ୍ୟକ୍ତିଙ୍କର ଏହି କରୋନା କାରଣରୁ ହୋଇଥିବା ଜଣାଯାଇଛି ।

-ଯେବେକି ଦକ୍ଷିଣ ଓଡିଶା ଜିଲ୍ଲା ଗଂଜାମର ଜଣେ ୫୨ ବର୍ଷୀୟ ବୃଦ୍ଧ, ୫୦ ବର୍ଷୀୟ ପୁରୁଷ, ୬୨ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କର ଜୀବନ ନେଇଛି ଏହି ମାରାତ୍ମକ ଭାଇରସ ।

-ସେପଟେ ଗଜପତିର ଜଣେ ୩୪ ବର୍ଷୀୟ ବ୍ୟକ୍ତି ବି ପ୍ରାଣ ହରାଇଛନ୍ତି । ସେ ପୂର୍ବରୁ କିଡ୍ନୀ ଜନିତ ସମସ୍ୟାରେ ପୀଡିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.