Below header

ଆଜି ରାଜ୍ୟରେ ସର୍ବାଧିକ ପଜିଟିଭ୍ ଚିହ୍ନଟ; ଗଞ୍ଜାମ ଜିଲ୍ଲାକୁ ଟପି ଯାଇଛି ଖୋର୍ଦ୍ଧା, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୪୨,୫୫୦ରେ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ଯରେ ଆଜି ୧୮୩୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୧୧୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୭୧୫ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଆଜି ସର୍ବାଧିକ ୨୯୮ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ୨୪ ଘଣ୍ଟା ମଧ୍ୟରେ ପଜିଟିଭ୍ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଟପି ଯାଇଛି ଖୋର୍ଦ୍ଧା ଜିଲ୍ଲା । ଆଜି ଗଞ୍ଜାମରେ ୨୭୯ ଜଣ କୋଭିଡ୍ ପଜିଟିଭ୍ ଆସିଥିବା ବେଳେ କଟକରେ ୧୨୪ ଜଣ, କଳାହାଣ୍ଡିରେ ୮୪ ଏବଂ ବାଲେଶ୍ୱରରେ ୬୯ ଜଣଙ୍କର ପଜିଟିଭ୍ ଆସିଛି ।

ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୪୨,୫୫୦ରେ ପହଁଚିଛି । ଏମାନଙ୍କ ମଧ୍ଯରୁ ୨୬,୮୮୭ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୫,୩୭୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ୨୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୯,ବାଲେଶ୍ବରରୁ ୬୯,ବରଗଡରୁ ୮, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୩୪, କଟକରୁ ୧୨୪,ଢେଙ୍କାନାଳରୁ ୪୩, ଗଜପତିରୁ ୩୫, ଜଗତସିଂହପୁରରୁ ୧୬, ଯାଜପୁରରୁ ୬୦, ଝାରସୁଗୁଡା ୩୦, କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୬, କେନ୍ଦ୍ରାପଡାରୁ ୩୪, କେନ୍ଦୁଝରରୁ ୧୬, ଖୋର୍ଦ୍ଧାରୁ ୨୯୮, କୋରାପୁଟରୁ ୪୭, ମାଲକାନଗିରିରୁ ୩୬,ମୟୁରଭଞ୍ଜରୁ ୩୪,ନବରଙ୍ଗପୁରରୁ ୧୧,ନୟାଗଡରୁ ୬୧,ନୂଆପଡାରୁ ୧, ପୁରୀରୁ ୬୭,ରାୟଗଡାରୁ ୧୫୨,ସମ୍ବଲପୁରରୁ ୩୯, ସୋନପୁରରୁ ୩୩ ଏବଂ ସୁନ୍ଦରଗଡରୁ ୧୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.