Below header

ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ହେଲା ଦେବୀ ଆୱାର୍ଡ ଉତ୍ସବ, ୧୨ ଜଣ ପ୍ରତିଭାଶାଳୀ ମହିଳାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଦେବୀ ଆୱାର୍ଡ ଉତ୍ସବ ଅବସରରେ ୧୨ ଜଣ ପ୍ରତିଭାଶାଳୀ ମହିଳାଙ୍କୁ ସମ୍ମାନିତ କରାଯାଇଛି । କଳା, ସାହିତ୍ୟ, ସମାଜସେବା, କ୍ରୀଡ଼ା, ଉଦ୍ଭାବନ, ପରିବେଶ ଆଦି କ୍ଷେତ୍ରରେ ପାରଦର୍ଶିତା ଓ ସମାଜକୁ ନୂଆ ଦିଗ ଦେଖାଇଥିବା ମହିଳାଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏମାନଙ୍କ ଭିତରେ ଅଛନ୍ତି ଆଥଲେଟ୍‌ ଦୂତୀ ଚାନ୍ଦ, ଲେଖିକା ପ୍ରତିଭା ରାୟ, ସମାଜସେବୀ ଶ୍ରୁତି ମହାପାତ୍ର, ନୃତ୍ୟଶିଳ୍ପୀ ସୋନାଲି ମିଶ୍ର, ପରିବେଶ ପାଇଁ ଅଂଶୁ ପ୍ରଜ୍ଞା ଦାସ ପ୍ରମୁଖ ।

cm naveen pattnaik

ଓଡ଼ିଶା ମହିଳା ସଶକ୍ତୀକରଣରେ ବିଶ୍ୱାସ କରେ । ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପଞ୍ଚାୟତିରାଜ୍‌ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ଏହା ୫୦ ପ୍ରତିଶତ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ଦି ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସର ଦେବୀ ଆୱାର୍ଡ ଉତ୍ସବ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସରକାରଙ୍କ ମିଶନ ଶକ୍ତି ଓ ମମତା ଯୋଜନାର ଉଦାହରଣ ଦେଇଥିଲେ । ନବୀନ କହିଥିଲେ, ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ପାଇଁ ଉଦ୍ୟମ ଜାରି ରଖିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.