Below header

ବିଜେପିରେ ଯୋଗ ଦେଲେ ଜଙ୍ଗଲ ଦସ୍ୟୁ ବିରପ୍ପାନଙ୍କ ଝିଅ ବିଦ୍ୟାରାଣୀ

କୁଖ୍ୟାତ ଜଙ୍ଗଲ ଦସ୍ୟୁ ବିରପ୍ପାନଙ୍କ ଝିଅ ବିଦ୍ୟାରାଣୀ ଆଜି ଭାରତୀୟ ଜନତା ପାର୍ଟିରେ (ବିଜେପି)ରେ ଯୋଗ ଦେଇଛନ୍ତି । ତାମିଲ ନାଡୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ମୁରଲୀଧର ରାଓ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ହିଁ ବିଦ୍ୟାରାଣୀ ବିଜେପିରେ ଯୋଗ ଦେଇଛନ୍ତି । ନିଜ ପ୍ରତିକ୍ରିୟାରେ ବିଦ୍ୟାରଣୀ କହିଛନ୍ତି କି ଜାତି, ଧର୍ମ ନିର୍ବିଶେଷରେ ଗରିବଙ୍କ ସେବା ଉଦ୍ଦେଶ୍ୟରେ ହିଁ ସେ ରାଜନୀତିରେ ଯୋଗ ଦେଇଛନ୍ତି । ବିଦ୍ୟାରାଣୀଙ୍କ ବ୍ୟତୀତ ଅନ୍ୟ ୧୦୦୦ ଜଣ ବିଜେପିରେ ସାମିଲ ହୋଇଛନ୍ତି । କହିରଖିବା ଉଚିତ ହେବକି ବିରପ୍ପାନଙ୍କ ପତ୍ନୀ ମୃତ୍ୟୁଲକ୍ଷ୍ମୀ ବି ବର୍ତ୍ତମାନ ସମୟରେ ସମାଜ ସେବା କାର୍ଯ୍ୟରେ ଜଡିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.