କୁକୁର ଛୁଆଙ୍କ ସହ ଲଢେଇ କରୁ କରୁ କୂଅ ଭିତରେ ପଡିଲା ଚିତାବାଘ, ତାପରେ କଣ ହେଲା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ
![dog and leopard](https://knewsodisha.com/wp-content/uploads/2020/02/dog-and-leopard.jpg)
ବିଭିନ୍ନ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିରେ କୁକୁର ଛୁଆ ଓ ଚିତା ବାଘ ଭିତରେ କୂଅ ଭିତରେ ହେଉଥିବା ଘମାଘୋଟ ସଂଘର୍ଷକୁ ଦେଖାଯାଇଛି । ଦୁହିଁଙ୍କ ଝଗଡ଼ାର ଆରମ୍ଭ ହୋଇଥିଲା ଏହିପରି । ପ୍ରକୃତରେ ଏକ ଚିତାବାଘ କୁକୁର ଛୁଆ ଶିକାର କରିବା ପାଇଁ ସେମାନଙ୍କ ପଛରେ ଗୋଡ଼େଇବାକୁ ଲାଗିଥିଲା । ଦୌଡୁ ଦୌଡୁ ଏଦୁହେଁ ଏକ କୂଅ ଭିତରେ ପଡିଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା କୂଅରେ ଫସିବା ପରେ ଚିତାଟି ଆଉ କୁକୁର ଛୁଆଙ୍କୁ ଆଉ ଆକ୍ରମଣ କରିନଥିଲା । ବରଂ ଚିତା ଓ କୁକୁର ଛୁଆ ଉଭୟ ଦୀର୍ଘ ୭ ଘଣ୍ଟା ଧରି କୂଅ ଭିତରେ ଫସି ରହିଥିଲେ । ଏହି ଘଟଣାଟି ଘଟିଥିଲା ମହାରାଷ୍ଟ୍ର ରାଜ୍ୟର ଏକ ଗାଁରେ ।
#WATCH Maharashtra: A leopard & a puppy were rescued by forest dept from a well in Tembhe village of Nandurbar dist, in rescue op which lasted for around 4 hrs. They were trapped in the well for around 7 hrs after falling into it when the leopard chased the puppy to hunt. (21.02) pic.twitter.com/TLAWh0xk8i
— ANI (@ANI) February 23, 2020
ଗାଁ ଲୋକ ମାନେ ଏବିଷୟରେ ଜାଣିବା ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ । ପରେ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ୪ ଘଣ୍ଟା କାଳ ଚେଷ୍ଟା କରି ଏମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଚିତା ଟିକୁ ଏକ ପଞ୍ଜୁରୀ ଭିତରେ ବନ୍ଦ କରି କର୍ମଚାରୀ ମାନେ ନିଜ ସହ ନେଇଯାଇଥିଲେ । ଏହି ଭିଡିଓ ଟିକୁ ଏକ ଖବର ସରବରାହ ସଂସ୍ଥା ପ୍ରଥମେ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରଥମେ ସେୟାର କରିଥିଲା ।