ଆଜି ରାଜ୍ୟରେ ଆଉ ୧୩୦ ଟି ପଜିଟିଭ ଚିହ୍ନଟ, ୨୬୦୮ ଛୁଇଁଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ରାଜ୍ୟରେ ଆଉ ୧୩୦ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ ଛୁଇଁଛି । ସମସ୍ତ ଆକ୍ରାନ୍ତ ୨୧ ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ଵାରେ ଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ବାସିନ୍ଦା ।ଏହା ସହ ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ବେକାବୁ କରୋନା ଏହା ସହ ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଛୁଇଁଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କୋରାପୁଟ ଜିଲ୍ଲାରୁ ୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ ୨୨ ଜଣ, ଯାଜପୁରର ୩ ଜଣ ବାହାରିଛନ୍ତି । ଯେବେକି ପୁରୀ, ରାୟଗଡା, ଜଗତସିଂହପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଗଜପତି ଜିଲ୍ଲାରୁ ୭ ଜଣ, ମୟୁରଭଞ୍ଜରୁ ୨୨ ଜଣ, କଟକରୁ ୨୩ ଜଣ, ଅନୁଗୁଳରୁ ଜଣେ, ବରଗଡ଼ରୁ ୪ ଜଣ, ଢେଙ୍କାନାଳର ୨ ଜଣ ଆକ୍ରାନ୍ତ ଚିହିଁତ ହୋଇଛନ୍ତି । ଅନ୍ୟପକ୍ଷରେ ବଲାଙ୍ଗୀରରୁ ୩ ଜଣ, ଭଦ୍ରକରୁ ୪ ଜଣ, କେଉଁଝର ଜିଲ୍ଲାର ୨ ଜଣ ଓ କନ୍ଧମାଳର ୩ ଜଣ , କଳାହାଣ୍ଡି ୩ ଜଣ , ଗଂଜାମର ୧୨ଜଣ , ସୁନ୍ଦରଗଡର ୭ ଜଣ , ସୋନପୁରରୁ ଜଣେ ଓ କେନ୍ଦ୍ରାପଡାରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.