କଣ୍ଟାବାଞ୍ଝି ରେଲୱେ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର

କଣ୍ଟାବାଞ୍ଝି(କେନ୍ଯୁଜ୍): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ରେଲୱେ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଝି ପୋଲିସ l ଦାଦନ ଶ୍ରମିକ ମାନେ ଲାଠୋର ଥାନା ଓ ପାଟଣାଗଡ଼ ଥାନା ଅଞ୍ଚଳ ର ବିଛିଲିବାହାଲ ଓ ଯୋଗୀମୁଣ୍ଡା ଗାଁର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୪ ପୁରୁଷ ,୮ ମହିଳା ଓ ଛୋଟ ଛୁଆ ୨ ଅଛନ୍ତି ।

ଦାଦନ ଚାଲାଣ ବେଳେ ଶ୍ରମ ବିଭାଗ ପକ୍ଷରୁ ରେଜିଷ୍ଟ୍ରି ହୋଇକି ଯିବା ନେଇ ସରକାରୀ ନିୟମ ରହିଛି। ହେଲେ ଏହି ଉଦ୍ଧାର ଶ୍ରମିକ ମାନଙ୍କ କୌଣସି କାଗଜ ପତ୍ର ନ ଥିଲା । ଯାହା ଫଳରେ ବେଆଇନ ଭାବରେ ଚାଲାଣ ହେଉଥିବା ଜଣାପଡିଛି। ଦାଦନ ସର୍ଦାର କଣ୍ଟାବାଞ୍ଝି ଷ୍ଟେସନରୁ ରାତି ୧୧ ଟା ସମୟରେ ଲିଙ୍କ ଏକ୍ସପ୍ରେସରେ ତ୍ରିପୁରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲା ।

ହେଲେ ରାତିରେ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ ରେଲୱେ ଷ୍ଟେସନକୁ ଯାଉଥିବା ବେଳେ ରାସ୍ତା ରୁ ହିଁ ସେମାନଙ୍କୁ ଅଟକାଇ ଥିଲା। ପୋଲିସ ପଚାରିବାରୁ ବେଆଇନ ଭାବରେ ଚାଲାଣ ହୋଉଥିବା ଜାଣିବାକୁ ପାଇଥିଲା । ସମସ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ସେପଟେ କିଏ ଏମାନଙ୍କ ଦାଦନ ସର୍ଦାର। ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ସେପଟେ କଣ୍ଟାବାଞ୍ଝି ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.