ନବରଙ୍ଗପୁରରେ ତିନି ଭଉଣୀଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ, ଜୋରଦାର ଚାଲିଛି ପ୍ରଚାର

ନବରଙ୍ଗପର(କେନ୍ଯୁଜ୍): ନବରଙ୍ଗପୁରରେ ତିନି ଭଉଣୀଙ୍କ ମଧ୍ୟରେ ଲଢ଼େଇ । ନିର୍ବାଚନ ମଇଦାନରେ ତିନି ଭଉଣୀ ସାଜିଛନ୍ତି ପରସ୍ପରର ପ୍ରତିଦ୍ଵନ୍ଦୀ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ ଏଭଳି କିଛି ଦେଖିବାକୁ ମିଳିଛି । ବିଜେଡିରୁ ଜଣେ, କଂଗ୍ରେସରୁ ଆଉ ଜଣେ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବିଜେପିରୁ ଠିଆ ହୋଇଛନ୍ତି ଅନ୍ୟ ଜଣେ ଭଉଣୀ ।

ଡାବୁଗାଁ ନିର୍ବାଚନ ମଣ୍ଡଳୀ ପାପଡ଼ାହାଣ୍ଡି ଜୋନ-୨ର ଜିଲ୍ଲା ପରିଷଦ ଆସନ ପାଇଁ ଦୁଇ ଭଉଣୀ ମଧ୍ୟରେ ଲଢ଼େଇ ହେଉଛି । କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଡାକ୍ତରୀ ଝିଅ ଲିପିକା ମାଝୀଙ୍କୁ କଂଗ୍ରେସ ପାପଡାହାଣ୍ଡି ଜୋନ-୨ରେ ପ୍ରାର୍ଥୀ କରିଛି । ଲିପିକାଙ୍କ ମାଉସୀ ଝିଅ ଭଉଣୀ ଭାନୁମତୀ ପୂଜାରୀଙ୍କୁ ବିଜେଡି ସେହି ଜୋନରେ ପ୍ରାର୍ଥୀ କରିଛି ।

Photo

ଅନ୍ୟଜଣେ ଭଉଣୀ ଲକ୍ଷ୍ମୀ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ପାପଡ଼ାହାଣ୍ଡି ଜୋନ ୨ ଜିଲ୍ଲା ପରିଷଦ ଆସନ ପାଇଁ ହେବାକୁ ଥିବା ଏହି ତିନି ଭଉଣୀଙ୍କ ଲଢ଼େଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି । ପ୍ରଚାର ମଧ୍ୟ ରୋଚକ ହେବାରେ ଲାଗିଛି । ସମସ୍ତ ଭଉଣୀ ନିଜ ନିଜ ଏଜେଣ୍ଡା ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ଅନ୍ୟପଟେ ଡାବୁଗାଁର ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀ ଓ ବର୍ତ୍ତମାନର ଡ଼ାବୁଗାଁ ବିଜେଡ଼ି ବିଧାୟକ ମନୋହର ରନ୍ଧାରୀ ମଧ୍ୟ ସମ୍ପର୍କରେ ଜ୍ଵାଇଁ ଓ ଶଳା ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.