ବଲାଙ୍ଗିରରେ VHP ବନ୍ଦ ଡାକରାର ପ୍ରଭାବ; ସକାଳୁ ଅଖ ଚକ ଠପ, ସମର୍ଥନ କରୁଛି ବିଜେପି

ସମ୍ବଲପୁର ହିଂସା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ହରତାଳ କରୁଛି ଭିଏଚପି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ହରତାଳ କରାଯିବ । VHPର ହରତାଳକୁ ସମର୍ଥନ କରୁଛି ବିଜେପି ।

(କେନ୍ୟୁଜ): ଆଜି ବିଶ୍ୱ ହିନ୍ଦୁ ପରିଷଦର ହରତାଳ । ପଶ୍ଚିମ ଓଡ଼ିଶା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହରତାଳ କରାଯାଉଛି । ସମ୍ବଲପୁର ହିଂସା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ହରତାଳ କରୁଛି ଭିଏଚପି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ହରତାଳ କରାଯିବ । VHPର ହରତାଳକୁ ସମର୍ଥନ କରୁଛି ବିଜେପି । ବଲାଙ୍ଗିରରେ ଦେଖିବାକୁ ମିଳିଛି ହରତାଳର ପ୍ରଭବ। ସହରରେ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିବା ସହ ଗାଡି ଚଳାଚଳ ଠପ ହୋଇଯାଇଛି। ଆନ୍ଦୋଳନକାରୀମାନେ ପିକେଟିଂ କରି ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ବନ୍ଦ ଡାକରା ଦିଆଯାଇଥିବା ୧୪ଟି ଜିଲ୍ଲା ମଧ୍ୟରେ ରହିଛି ସମ୍ୱଲପୁର, ଦେବଗଡ଼, ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ଼. ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି ଓ ରାୟଗଡା । ଏହି ସବୁ ଜିଲ୍ଲାରେ ଯଦିଓ ହରତାଳ ପାଇଁ ଡାକରା ଦିଆଯାଇଛି।

ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି । ସନ୍ଧ୍ୟାରେ ରାଜ୍ୟବ୍ୟାପୀ ଶାନ୍ତି ଶୋଭାଯାତ୍ରା କରାଯିବ । ଦଳ ଅଭିଯୋଗ କରିଛି, ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବିଜେପି । ସହରରେ ସୌହାର୍ଦ୍ଦ୍ୟ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି, ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥଳରେ ବିଜେପି ବନ୍ଦ ଡାକରା ଦେଇ ହୀନ ରାଜନୀତି କରୁଛି । ସମ୍ବଲପୁର ହିଂସାକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏଭଳି ସମୟରେ ବିଜେପି ହୀନ ରାଜନୈତିକ ଷଡ଼ଯନ୍ତ୍ର କରୁଛି । ବନ୍ଦ ରାଜନୀତିକୁ ଦୁର୍ଭାଗ୍ୟଜନକ କହିବା ସହ ପ୍ରତିବାଦରେ ଆଜି ବିଜେଡି ଶାନ୍ତି ଶୋଭାଯାତ୍ରା କରିବ ।

ସୂଚନାଯୋଗ୍ୟ, ସମ୍ୱଲପୁର ସହରରେ ହନୁମାନ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଓ ହନୁମାନ ଜୟନ୍ତୀ ପାଳନ ଦିନ ଯେଉଁଭଳି ଭାବରେ ହିଂସାକାଣ୍ଡ ଘଟିଥିଲା ତାର ପ୍ରତିବାଦରେ ଏହି ବନ୍ଦ କରାଯାଉଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସବାପତି ଦାମୋଦର କରଙ୍କ ସମେତ ଅନେକ ସାଧାରଣ ଲୋକ, ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମ୍ୱଲପୁରର ଯେଉଁ ପରିସ୍ଥିତି ଘଟିଲା ତାହା ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଘଟିଲା ବୋଲି ବିଜେପି ପ୍ରେସ୍ ରିଲିଜରେ କହିଛି ।

ତେବେ ହିଂସା କାଣ୍ଡ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ସମ୍ୱଲପୁର ସହରରେ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି । ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଦେଖା ଦେଇଛି ସମସ୍ୟା। ଯାହାଦ୍ୱାରା ଜୀବନଯାତ୍ରା ପ୍ରବାବିତ ହୋଇଛି । ଅନଲାଇନ ଟ୍ରାଜେକ୍ସନ ତଥା upi ପେମେଣ୍ଟ ଓ ୱାର୍କ ଫର୍ମ ହୋମବ୍ୟବସ୍ଥା ଠପ୍ ହୋଇ ଯାଇଛି । ଫଳରେ ବିଭିନ୍ନ ବର୍ଗର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.