ବାଘୁଆ ମହୁମାଛି ଆକ୍ରମଣରେ ୧୪ ଜଣ ଆହତ

ଦଂଶିଲା ମହୁମାଛି। ବାଘୁଆ ମହୁମାଛି ଆକ୍ରମଣରେ ୧୪ ଜଣ ଆହତ। ମୋହନା ବ୍ଲକ୍ ଖାରିନେରା ଗାଁରେ ଏହି ଅଘଟଣ ଘଟିଛି।

ମୋହନା : ଦଂଶିଲା ମହୁମାଛି। ବାଘୁଆ ମହୁମାଛି ଆକ୍ରମଣରେ ୧୪ ଜଣ ଆହତ। ମୋହନା ବ୍ଲକ୍ ଖାରିନେରା ଗାଁରେ ଏହି ଅଘଟଣ ଘଟିଛି। ରୋଷେଇ କଲାବେଳେ ଆକ୍ରମଣ କଲା ମହୁମାଛି। ସମସ୍ତ ଆହତଙ୍କୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ଏକ ଗଛ ମୂଳରେ ରୋଷେଇ କରୁଥିଲେ।

ଏହି ସମୟରେ ଗଛରେ ବସା ବାନ୍ଧିଥିବା ମହୁ ମାଛି ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଗାଁଲୋକେ ଆହତମାନଙ୍କୁ ଉଦ୍ଧାର କରି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.