ପୁଣି ଦିଲ୍ଲୀ ଗଲେ ମନମୋହନ, ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିବ ବୈଠକ

ପୁଣି ଦିଲ୍ଲୀ ଗଲେ ମନମୋହନ। ଆଜି ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିବ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିିଟି-CEC ବୈଠକ।

ଭୁବନେଶ୍ୱର: ପୁଣି ଦିଲ୍ଲୀ ଗଲେ ମନମୋହନ। ଆଜି ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିବ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିିଟି-CEC ବୈଠକ। ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି । ବୈଠକରେ ପ୍ରାର୍ଥୀ ଚୂଡାନ୍ତ ନେଇ ଆଲୋଚନା ହେବ। ଏଥିରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇପାରେ।

କର୍ମୀମାନେ ସମସ୍ତେ କାମରେ ଲାଗିଲେଣି। ଓଡ଼ିଶା ନାଁ କେବେ ଆସିବ ସେଣ୍ଟ୍ରାଲ ଇଲେକ୍ସନ କମିଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନମୋହନ। ସମସ୍ତଙ୍କ ଉତ୍ସାହ ଏବେ ଆହୁରି ବୃଦ୍ଧି ପାଇଛି। ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଓ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେବେ ।

ଏଭିତିରେ ବିଜେପି ପକ୍ଷରୁ ୪ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ନଥିଲା ଓଡ଼ିଶାର ପ୍ରାର୍ଥୀଙ୍କ ନାଁ ।  ଏପଟେ ଦିନେ ଦୁଇ ଦିନ ମଧ୍ୟରେ ଆସିବ ବିଜେପିର ଓଡ଼ିଶା ଲୋକସଭା ପ୍ରାର୍ଥୀ ତାଲିକା । ତାଲିକାରେ ୭ରୁ ୮ ଲୋକସଭା ଆସନର ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ସମ୍ବଲପୁର ଲୋକସଭା ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ବାଲେଶ୍ଵରରୁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ପ୍ରାୟତଃ ଚୂଡ଼ାନ୍ତ ହୋଇଛି। ଏହା ବ୍ୟତୀତ କଟକରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ ଯଦି ବିଜେପିରେ ମିଶିବେ ତେବେ ସମୀକରଣ ପରିବର୍ତ୍ତନ ହୋଇପାରେ। ଭଦ୍ରକ ଲୋକସଭା ଆସନ ପାଇଁ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.