ବ୍ରିଟେନ୍‌ ରାଜାଙ୍କ ପରେ ଯୁବରାଣୀ…, ପ୍ରିନ୍ସେସ୍‌ ଅଫ୍‌ ୱେଲ୍ସ କେଟ୍‌ ମିଡିଲଟନ୍‌ କ୍ୟାନ୍ସରରେ ଆକ୍ରାନ୍ତ

ବ୍ରିଟେନ୍‌ ରାଜାଙ୍କ ପରେ ଯୁବରାଣୀଙ୍କୁ କର୍କଟ । ପ୍ରିନ୍ସେସ୍‌ ଅଫ୍‌ ୱେଲ୍ସ କେଟ୍‌ ମିଡିଲଟନଙ୍କୁ କ୍ୟାନସର ହୋଇଥିବାରୁ ତାଙ୍କର ଚିକିତ୍ସା ଚାଲିଛି ।

ବ୍ରିଟେନ୍‌ ରାଜାଙ୍କ ପରେ ଯୁବରାଣୀଙ୍କୁ କର୍କଟ । ପ୍ରିନ୍ସେସ୍‌ ଅଫ୍‌ ୱେଲ୍ସ କେଟ୍‌ ମିଡିଲଟନଙ୍କୁ କ୍ୟାନସର ହୋଇଥିବାରୁ ତାଙ୍କର ଚିକିତ୍ସା ଚାଲିଛି । ୪୨ ବର୍ଷୀୟା କେଟ୍‌ଙ୍କର ପୂର୍ବରୁ ପାକସ୍ଥଳୀରେ ଅସ୍ତ୍ରୋପଚାର ହୋଇଥିଲା । ଏକାଧିକ ପରୀକ୍ଷଣରୁ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଛି ।

ଏବେ ସେ କ୍ୟାନସରର ପ୍ରାରମ୍ଭିକ ଷ୍ଟେଜରେ ଅଛନ୍ତି । ତାଙ୍କର କେମୋଥେରାପି ଚାଲିଛି । ଏ ନେଇ ପ୍ରିନ୍ସ ଓ ପ୍ରିନ୍ସେସ୍‌ ଅଫ୍‌ ୱେଲ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଭିଡିଓ ବିବୃତ୍ତି ଜାରି କରିଛନ୍ତି ।

ବ୍ରିଟେନ ରାଜା ଚାର୍ଲସ କ୍ୟାନସରରେ ପୀଡ଼ିତ ଥିବାବେଳେ ଏବେ କେଟ୍‌ ମିଡିଲଟନଙ୍କୁ କ୍ୟାନସର ଜଣାପଡ଼ିବା ପରେ ରାଜ ପରିବାର ପାଇଁ ଚିନ୍ତାର କାରଣ ହୋଇଛି । ରାଜା ଚାର୍ଲସଙ୍କୁ କର୍କଟ ହୋଇଥିବା ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକ ସ୍ପଷ୍ଟ କରିଥିଲେ । ଜାନୁୟାରୀରେ ତାଙ୍କର ପ୍ରୋଷ୍ଟେଟ୍‌ ଅପରେସନ ହୋଇଥିଲା ।

କେଟ୍‌ ଏକ ଭିଡିଓ ଜାରି କରି କହିଛନ୍ତି ଯେ ତାଙ୍କୁ କ୍ୟାନସର ହୋଇଛି । ତେବେ କ୍ୟାନସର କେଉଁଠି ହୋଇଛି, ତାହା ସେ କହି ନାହାନ୍ତି । ସେ କହିଛନ୍ତି କି, କିଛି ପରୀକ୍ଷା କରାଯାଇଥିଲା । ଏଥିରୁ କର୍କଟ ଜଣାପଡିଛି । ମୁଁ ଠିକ୍‌ ଅଛି । ଡାକ୍ତରୀ ଟିମ୍‌ର ପରାମର୍ଶରେ କେମୋଥେରାପି ଚାଲିଛି । ଏହା ମୋ ପାଇଁ ଏବଂ ୱିଲିୟମ୍‌ଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.