କେମିତି ଖାଇବେ ଜୁଆଣି ପତ୍ର, ଜାଣନ୍ତୁ କେମିତି ରୋଗରୁ ପାଇବେ ମୁକ୍ତି

ଜୁଆଣି ପତ୍ର ଖାଇବାର ସର୍ବୋତ୍ତମ ଉପାୟ ହେଉଛି ଖାଲି ପେଟରେ ପ୍ରତିଦିନ ୨ ଟି ଜୁଆଣି ପତ୍ର ଚୋବାନ୍ତୁ । ଏହା ବ୍ୟତୀତ ଅନ୍ୟ ଏକ ଉପାୟ ହେଉଛି ଆପଣ ଜୁଆଣି ପତ୍ରକୁ ସୁପରେ ପକାଇ ଖାଇପାରିବେ ।

ଜୁଆଣି ହେଉଛି ଏକ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଉଦ୍ଭିଦ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ବିଶେଷ କଥା ହେଉଛି ଏହି ପତ୍ର ଖାଇବା ଦ୍ୱାରା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ମିଳିବ । କେବଳ ଏତିକି ନୁହେଁ ଯଦି ଆପଣ ପ୍ରତିଦିନ କିଛି ଜୁଆଣି ପତ୍ର ଖାଆନ୍ତି, ତେବେ ଆପଣଙ୍କ ହଜମ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଏହା ହଜମକାରୀ ଏନଜାଇମକୁ ବଢ଼ାଇଥାଏ । ଏହା ଖାଇବା ଦ୍ୱାରା ଆପଣ ଯାହା ବି ଖାଇଲେ ତାହା ଶୀଘ୍ର ହଜମ ହୋଇଯାଏ ଏବଂ ଆପଣ ଅନେକ ରୋଗରୁ ମୁକ୍ତି ପାଇବେ । କିନ୍ତୁ ଏହି ଜୁଆଣି ପତ୍ରକୁ କିପରି ଖାଇବେ ଆସନ୍ତୁ ଜାଣିବା ।

ଜୁଆଣି ପତ୍ର ଖାଇବାର ସର୍ବୋତ୍ତମ ଉପାୟ ହେଉଛି ଖାଲି ପେଟରେ ପ୍ରତିଦିନ ୨ ଟି ଜୁଆଣି ପତ୍ର ଚୋବାନ୍ତୁ । ଏହା ବ୍ୟତୀତ ଅନ୍ୟ ଏକ ଉପାୟ ହେଉଛି ଆପଣ ଜୁଆଣି ପତ୍ରକୁ ସୁପରେ ପକାଇ ଖାଇପାରିବେ । ଆପଣ ସାଲାଡରେ ମଧ୍ୟ ଜୁଆଣି ପତ୍ର ଖାଇପାରିବେ । ଏହି ଉପାୟରେ ଜୁଆଣି ପତ୍ର ଖାଇଲେ ଆପଣ ଅନେକ ରୋଗରୁ ମୁକ୍ତି ପାଇବେ ।

ଏସିଡିଟି ଏବଂ ଖାଦ୍ୟ ହଜମ ପାଇଁ ଆପଣ ଜୁଆଣି ପତ୍ର ଖାଇପାରିବେ । ଯଦି ଆପଣ ଗ୍ୟାସ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ଜୁଆଣି ପତ୍ର ଖାଇପାରିବେ । ଏହା ବ୍ୟତୀତ ଆପଣ ବାନ୍ତି ହେଲେ ଜୁଆଣି ପତ୍ର ଖାଇପାରିବେ । ଏହି ପତ୍ରଗୁଡ଼ିକ ପେଟକୁ ଥଣ୍ଡା ରଖିଥାଏ । ଏହି ସମସ୍ତ କାରଣ ପାଇଁ ଆପଣ ଜୁଆଣି ପତ୍ର ଖାଇବା ଉଚିତ୍ । ଜୁଆଣି ପତ୍ରକୁ ପାଣିରେ ଫୁଟାଇ ଏହାକୁ ପ୍ରତିଦିନ ପିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.