ଗୋଟିଏ ରାତିରେ ସିରିଜ ଲୁଟ, ଘର ତାଲା ଭାଙ୍ଗି ଲୁଟପାଟ କଲେ ଦୁର୍ବୃତ୍ତ

ଘର ତାଲା ଭାଙ୍ଗି ଲୁଟପାଟ କଲେ ଦୁର୍ବୃତ୍ତ। ଗୋଟିଏ ରାତିରେ ବେଗୁନିଆ ଗେଡିଆପଲ୍ଲୀ ଓ ସାଲତରା ଗାଁରେ ସିରିଜ ଲୁଟ।

ବେଗୁନିଆ :  ଘର ତାଲା ଭାଙ୍ଗି ଲୁଟପାଟ କଲେ ଦୁର୍ବୃତ୍ତ। ଗୋଟିଏ ରାତିରେ ବେଗୁନିଆ ଗେଡିଆପଲ୍ଲୀ ଓ ସାଲତରା ଗାଁରେ ସିରିଜ ଲୁଟ।  ଅବସରପ୍ରାପ୍ତ ବିଚାରପତିଙ୍କୁ ବି ଛାଡ଼ିଲେନି ଲୁଟେରା। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବେଗୁନିଆ ଥାନାର ସାଲତରା ଗାଁର ସନ୍ତୋଷ କୁମାର ପଣ୍ଡାଙ୍କ ଘରେ ପଶି ତାଲା ଭାଙ୍ଗିବା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ଟଙ୍କା ଲୁଟି ନେଇଥିଲେ।

ପରେ ଗାଁର ଜଣେ ଅବସରପ୍ରାପ୍ତ ବିଚାରପତି ନିଳକଣ୍ଠ ତ୍ରିପାଠୀଙ୍କ ଘରେ ଲୁଟପାଟ କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଘରେ ନଥିବାର ସୁଯୋଗ ପାଇ ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଏଥିସହିତ ନିକଟସ୍ଥ ଗେଡିଆପଲ୍ଲୀ ଗାଁରେ ଥିବା ଦିଲୀପ କୁମାର ଦାସଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରର ଆସବାବପତ୍ର ଲୁଟି ନେଇଛନ୍ତି। ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୋଲିସର ଢିଲା ପାଟ୍ରୋଲିଂ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.