ପୁଣି ମାତିଲେ ମଦ ମାଫିଆ : ଅବକାରୀ ବିଭାଗର ଗାଡି ଭାଙ୍ଗିଲେ, କର୍ମଚାରୀଙ୍କୁ ଆକ୍ରମଣ କଲେ

ପୁଣି ମାତିଲେ ମଦ ମାଫିଆ । ଅବକାରୀ ବିଭାଗର ଗାଡି ଭାଙ୍ଗିଲେ , କର୍ମଚାରୀଙ୍କୁ ଆକ୍ରମଣ କଲେ ।

ଆଠଗଡ଼: ପୁଣି ମାତିଲେ ମଦ ମାଫିଆ । ଅବକାରୀ ବିଭାଗର ଗାଡି ଭାଙ୍ଗିଲେ , କର୍ମଚାରୀଙ୍କୁ ଆକ୍ରମଣ କଲେ । ମଦ ମାଫିଆଙ୍କୁ ଗିରଫ କଲା ବେଳେ ଗାଁରେ ଅଟକ ରହିଲେ ଅବକାରୀ ସୁପରିଟେଣ୍ଡଣ୍ଟ ଦେବାଶିଷ ପଟେଲ। ଖୁଣ୍ଟୁଣି ପୋଲିସ ପହଞ୍ଚି ଉଦ୍ଧାର କଲା ଅବକାରୀ କର୍ମଚାରୀଙ୍କୁ । ଆଜି ସକାଳୁ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗ ଉପରେ ପୁଣି ଆକ୍ରମଣ ।

ଗତ ୨୮.୦୭.୨୦୨୪ ତାରିଖ ରେ ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାବେଳେ ଖୁଣ୍ଟୁଣୀ ପୋଲିସ୍ ଉପସ୍ଥିତିରେ ଦଶରୁ ଅଧିକ ଚୋରା ଦେଶୀ ମଦ ମାଫିଆଙ୍କ ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଅବକାରୀ କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ଗାଳି ଗୁଲଜ ଓ ଗାଡ଼ି ଭଙ୍ଗାରୁଜା କରିଛନ୍ତି ମଦ ମାଫିଆଙ୍କ ପରିବାର ଲୋକ। ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଏତଲା ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସ୍ଵାଇଁଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.