ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ

 ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ଗୁହୀରାପାଲି ଓ ଦେମୁହାଣି ଗାଁର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ ମହାରାଷ୍ଟ୍ରର ସୁଖେଡ ଜିଲ୍ଲା ଦପକ୍କାକୁ ଦାଦନ ଖଟିବାକୁ ଯାଇଥିଲେ।

ବୌଦ୍ଧ:  ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ଗୁହୀରାପାଲି ଓ ଦେମୁହାଣି ଗାଁର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ ମହାରାଷ୍ଟ୍ରର ସୁଖେଡ ଜିଲ୍ଲା ଦପକ୍କାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ମାଲିକ ନରସିଂହ ରେପନୱାର୍ଡ ସେମାନଙ୍କୁ କର୍ଣ୍ଣାଟକ ନେଇଯାଇଥିଲେ ।

ସେଠାରେ ସେମାନେ ଆଖୁ କ୍ଷେତରେ କାମ କରୁଥିଲେ। କିନ୍ତୁ ମାଲିକ ନିର୍ଯାତନା ଦେଉଥିବା ଜଣେ ଶ୍ରମିକ ଅଭିଯୋଗ କରିଛନ୍ତି । ଏପରିକି ଘରକୁ ଆସିବାକୁ ଦେଉନାହାଁନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ କୌଶଳ କ୍ରମେ ଖସି ଆସିବାକୁ ସକ୍ଷମ ହୋଇଥିଲେ । ଅନ୍ୟ ଶ୍ରମିକମାନେ ମାଲିକ ପାଖରେ ବନ୍ଧା ପଡ଼ିଥିବା ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.