ହୋଲିରେ କଲର ଓ ପାଣିରୁ ଫୋନ୍‌କୁ କେମିତି ବଞ୍ଚାଇବେ ? ଫୋନ୍‌ ଓଦା ନହେବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ହୋଲିରେ ଭାଙ୍ଗ ନିଶାରେ ଲୋକମାନେ ପ୍ରାୟତଃ ମୋବାଇଲ୍ ଫୋନର ଯତ୍ନ ନେବାକୁ ଭୁଲିଯାଆନ୍ତି । ଯାହା ଫଳରେ ଫୋନରେ ପାଣି ଏବଂ କଲର ଆସିଯାଏ । ସେହିପରି ହୋଲିରେ ପ୍ରାୟତଃ ଲୋକଙ୍କ ଫୋନ୍ ଓଦା ହୋଇଯାଏ କିମ୍ବା ନଷ୍ଟ ହୋଇଯିବାର କଥା ଶୁଣିଥିବେ ।

ହୋଲିର ମଜା ବେଳେବେଳେ ବହୁତ ଅଧିକ ହୋଇଯାଏ । କିଛି ଲୋକ ହୋଲି ପର୍ବରେ ଏତେ ବ୍ୟସ୍ତ ରୁଅନ୍ତି ଯେ ସେମାନେ ନିଜ ଫୋନ୍ କିମ୍ବା ଅନ୍ୟ ମୂଲ୍ୟବାନ ଜିନିଷ ବିଷୟରେ ଚିନ୍ତା କରନ୍ତି ନାହିଁ । ବର୍ତ୍ତମାନ ହୋଲିର ପର୍ବ ଏପରି ହେଉଛି, ଯେ ସମସ୍ତେ ରଙ୍ଗକୁ ମଜାରେ ଖେଳିବାକୁ ପସନ୍ଦ କରୁଛନ୍ତି । ତେବେ ହୋଲିରେ ଭାଙ୍ଗ ନିଶାରେ ଲୋକମାନେ ପ୍ରାୟତଃ ମୋବାଇଲ୍ ଫୋନର ଯତ୍ନ ନେବାକୁ ଭୁଲିଯାଆନ୍ତି । ଯାହା ଫଳରେ ଫୋନରେ ପାଣି ଏବଂ କଲର ଆସିଯାଏ । ସେହିପରି ହୋଲିରେ ପ୍ରାୟତଃ ଲୋକଙ୍କ ଫୋନ୍ ଓଦା ହୋଇଯାଏ କିମ୍ବା ନଷ୍ଟ ହୋଇଯିବାର କଥା ଶୁଣିଥିବେ । ଯଦି ଆପଣ ଏହି ହୋଲିର ମଉକାରେ ଫଟୋ ଓ ସେଲଫି ନେବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ଫୋନ୍ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ଆମେ ଆଜି ଆପଣଙ୍କୁ କିଛି ଟିପ୍ସ ଦେବୁ । ଯାହାକୁ ଫଲୋ କରି ଆପଣ ହୋଲିରେ ନିଜ ଫୋନକୁ ନଷ୍ଟ ହେବାରୁ ରକ୍ଷା କରିପାରିବେ ।

ଜାଣନ୍ତୁ ହୋଲିରେ ଫୋନକୁ ପାଣି ଏବଂ କଲରରୁ କିପରି ରକ୍ଷା କରିବେ ?
ଆପଣ ଜାଣିଥିବେ ଯେ ହୋଲି ଦିନ କଲର କିମ୍ବା ପାଣି କିଏ କୋଉଠୁ ବି ପକାଇ ଦିଅନ୍ତି । ଯାହାଫଳରେ ଆପଣ ଫୋନ ଖରାପ ହୋଇଯାଏ କିମ୍ବା ନଷ୍ଟ ହୋଇଯାଏ । ତେଣୁ ଯଦି ହୋଲି ଦିନ ଫୋନକୁ ଏହି ସବୁ ଜିନିଷରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ବଜାରରେ ମିଳୁଥିବା ୱାଟରପ୍ରୁଫ୍ କଭରରେ ଫୋନ୍‌ ରଖିପାରିବେ ।

ହୋଲି ଦିନ ଆପଣଙ୍କ ହାତ କଲର ଏବଂ ପାଣିରେ ଓଦା ହୋଇଥାଏ । ଏପରି ପରିସ୍ଥିତିରେ ଫଟୋ ଉଠାଇବା ସମୟରେ କିମ୍ବା କଥାବାର୍ତ୍ତା କରିବା ସମୟରେ ଅନେକ ଥର ଫୋନ୍ ବ୍ୟବହାର କରାଯାଇଥାଏ । ଏଥିପାଇଁ କେବଳ ହାତ ଶୁଖିବା ପରେ ଫୋନ୍ ବ୍ୟବହାର କରିବା ଜରୁରୀ ହୋଇଥାଏ ।

ଯଦି ଆପଣ ନିଜ ପାଖରେ ଫୋନ ରଖିବା ସହିତ ହୋଲି ଖେଳିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ୱାଟରପ୍ରୁଫ ବ୍ୟାଗ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଫୋନକୁ ପଲିଥିନରେ କିମ୍ବା ବ୍ୟାଗ ଭିତରେ ରଖିପାରିବେ ।

ହୋଲି ଦିନ କଲ୍‌ରେ କଥା ହେବା ସମୟରେ, ଆପଣଙ୍କ ଫୋନ୍‌ରେ ପାଣି ପସିପାରେ । ସେଥିପାଇଁ ହୋଲିରେ କଥା ହେବା ପାଇଁ ଇୟରଫୋନ୍ କିମ୍ବା ବ୍ଲୁଟୁଥ୍ ବ୍ୟବହାର କରନ୍ତୁ । ଏହା ମୋବାଇଲ୍ ଫୋନକୁ ଓଦା ହେବାରୁ ଏବଂ କଲର ହେବାରୁ ରକ୍ଷା କରି ପାରିବ ।

ଏହା ବ୍ୟତୀତ ଯଦି ଫୋନ୍‌ରେ ପାଣି ପସିଯାଉଛି, ତେବେ ଅପଣ ସେହି ସମୟରେ କାହାକୁ ଫୋନ୍‌ କରନ୍ତୁ ନାହିଁ, କିମ୍ବା ଫୋନ୍‌କୁ ୟୁଜ୍‌ କରନ୍ତୁ ନାହିଁ । ନଚେତ ଆପଣ ଫୋନ୍‌ ଖରାପ ହେବାର ଅଧିକ ସମ୍ଭାବନା ରହିଛି । ସେହି ସମୟରେ ଆପଣ ତୁରନ୍ତ ଫୋନ୍ ବନ୍ଦ କରି ବ୍ୟାଟେରୀ ବାହାର କରି ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ ।

ଏହା ବ୍ୟତୀତ ଯଦି ଆପଣ ଫୋନ୍‌ ଓଦା ହୋଇଯାଉଛି, ତାହେଲେ ଆପଣ ଗୋଟିଏ ଘରୋଇ ଉପଚାରରେ ଫୋନ୍‌ ରକ୍ଷା କରିପାରିବେ । ଏଥିପାଇଁ ପ୍ରଥମେ ଫୋନ୍‌କୁ ଅଫ୍‌ କରନ୍ତୁ, ତାଫରେ ପୋଛି ଦିଅନ୍ତୁ ଏବଂ ଏହାକୁ ଏକ ଚାଉଳ ବାକ୍ସରେ ରଖିଦିଅନ୍ତୁ । ଏପରି କରିବାର ପ୍ରାୟ ୧୨ ଘଣ୍ଟା ପରେ ଫୋନ୍‌କୁ ସେଥିରୁ ବାହାର କରନ୍ତୁ ଏବଂ ଅନ୍ କରନ୍ତୁ । ଏହା ଓଦା ଫୋନ୍‌କୁ ଶୁଖିବାରେ ବହୁତ ସାହାଯ୍ୟ କରିଥାଏ । ତେବେ ଏହି ସବୁ ଉପାୟରେ ନିଜ ଫୋନ୍‌କୁ ବଞ୍ଚାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.