ମସ୍କୋ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି, ୧୧ ସନ୍ଦିଗ୍ଧ ଅଟକ

ରୁଷ୍‌ର ରାଜଧାନୀ ମସ୍କୋରେ ଶୁକ୍ରବାର ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢ଼ି ୧୧୫ରେ ପହଞ୍ଚିଛି ।

ରୁଷ୍‌ର ରାଜଧାନୀ ମସ୍କୋରେ ଶୁକ୍ରବାର ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢ଼ି ୧୧୫ରେ ପହଞ୍ଚିଛି । ଆତଙ୍କବାଦୀମାନେ ଏକ ବଡ଼ ସମାରୋହ ସ୍ଥଳରେ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ୩ ଶିଶୁଙ୍କ ସମେତ ଏ ପର୍ଯ୍ୟନ୍ତ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପରେ ୧୧ ଜଣଙ୍କୁ ଅଟକ ରଖାଯାଇଛି ।

ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ସମାରୋହ ସ୍ଥଳରେ ନିଆଁ ଲଗାଇ ଦେଇଥିଲେ । ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ରୁଷ୍‌ର ସରକାରୀ ସମାଚାର ଏଜେନ୍ସି ‘ତାସ୍‌’ ଅନୁସାରେ, ସଂଘୀୟ ସୁରକ୍ଷା ସେବାର ପ୍ରମୁଖ ଶନିବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି ଯେ ଗିରଫ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ଚାରିଜଣ ସିଧାସଳଖ ଏହି ଆକ୍ରମଣରେ ସମ୍ପୃକ୍ତ ଅଛନ୍ତି ।

ମସ୍କୋର କ୍ରୋକସ ସିଟି ହଲ କନସର୍ଟ ଭେନ୍ୟୁରେ ଆତଙ୍କବାଦୀମାନେ ପଶି ହଠାତ ମେସିନ ଗନରୁ ଗୁଳିମାଡ଼ କରିଥିଲେ । ଲୋକଙ୍କ ଉପରକୁ ଗ୍ରେନେଡ ଓ ବୋମା ଫିଙ୍ଗିଥିଲେ । ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ଜଣଙ୍କ ପରେ ଜଣେ ଟଳି ପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.