ମଣିଷ ପେଟ ଭିତରେ ଥିଲା ଜିଅନ୍ତା ଜୀବ, ସର୍ଜରୀ କରି ବାହାର କଲେ ଡାକ୍ତର

ବ୍ୟକ୍ତିଜଣଙ୍କ ପ୍ରଥମେ ଭାବିଲେ ଯେ ସେ ବୋଧେ କିଛି ବିଷାକ୍ତ ଖାଦ୍ୟ ଖାଇ ଦେଇଛନ୍ତି । କିନ୍ତୁ ମେଡିସିନ ଖାଇବା ପରେ ବି ତାଙ୍କୁ ଆରାମ ମିଳି ନଥିଲା । ତେଣୁ ସେ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ । କିନ୍ତୁ ଡାକ୍ତରମାନେ ଯେତେବେଳେ ତାଙ୍କ ପେଟର ଅଲଟ୍ରାସାଉଣ୍ଡ କରିଥିଲେ, ସେମାନେ ପେଟ ଭିତରେ ଥିବା ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଜଣେ ବ୍ୟକ୍ତିଙ୍କ ପେଟରେ ହଠାତ୍‌ ଯନ୍ତ୍ରଣା ଅନୁଭବ ହେଲା । କଷ୍ଟର ମାତ୍ରା ଏତେ ବଢ଼ିଗଲା ଯେ ସେ କଣ କରିବେ କଣ ନାହିଁ କିଛି ବି ବୁଝି ପାରିଲେନି । ବ୍ୟକ୍ତିଜଣଙ୍କ ପ୍ରଥମେ ଭାବିଲେ ଯେ ସେ ବୋଧେ କିଛି ବିଷାକ୍ତ ଖାଦ୍ୟ ଖାଇ ଦେଇଛନ୍ତି । କିନ୍ତୁ ମେଡିସିନ ଖାଇବା ପରେ ବି ତାଙ୍କୁ ଆରାମ ମିଳି ନଥିଲା । ତେଣୁ ସେ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ । କିନ୍ତୁ ଡାକ୍ତରମାନେ ଯେତେବେଳେ ତାଙ୍କ ପେଟର ଅଲଟ୍ରାସାଉଣ୍ଡ କରିଥିଲେ, ସେମାନେ ପେଟ ଭିତରେ ଥିବା ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପେଟ ଭିତରେ ଥିଲା ଏକ ଜିଅନ୍ତା ଜୀବ । ଡାକ୍ତରମାନେ ଏ ଦୃଶ୍ୟ ଦେଖି ନିଜ ଆଖିକୁ ବିଶ୍ୱାସ କରି ପାରିନଥିଲେ । ଡାକ୍ତରଙ୍କ ମନରେ ପ୍ରଥମେ ପ୍ରଶ୍ନ ଆସିଥିଲା ଏ ଜୀବଟି ବ୍ୟକ୍ତିଙ୍କ ପେଟ ଭିତରକୁ କେମିତି ଗଲା ।

ରିପୋର୍ଟ ଅନୁଯାୟୀ ୩୪ ବର୍ଷିୟ ଭିଏତନାମାର ଜଣେ ଅଧିବାସୀ ମାର୍ଚ୍ଚ ୨୦ରେ ଏଭଳି ପେଟ ଯନ୍ତ୍ରଣାକୁ ନେଇ ନିନ୍ ପ୍ରଦେଶର ଏକ ଡାକ୍ତରଖାନାକୁ ଯାଇଥିଲେ । ଏଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ଦେଖିବା ପରେ ତୁରନ୍ତ ତାଙ୍କୁ ଏମର୍ଜେନ୍ସି ଓ୍ଵାର୍ଡରେ ଭର୍ତ୍ତି କରାଇଥିଲେ। କିନ୍ତୁ ଯେତେବେଳେ ସେମାନେ ବ୍ୟକ୍ତିଙ୍କର ଅଲଟ୍ରାସାଉଣ୍ଡ ଏବଂ ଏକ୍ସ-ରେ ରିପୋର୍ଟ ଦେଖିଥିଲେ, ସେମାନେ ତାଙ୍କ ଆଖିକୁ ବିଶ୍ୱାସ କରିପାରିନଥିଲେ । କାରଣ ଏକ ଜିଅନ୍ତା ମାଛ ତାଙ୍କ ପେଟରେ ଫସି ରହିଥିବା ଡାକ୍ତରମାନେ ଦେଖିବାକୁ ପାଇଥିଲେ । ଏହା ପରେ ଉକ୍ତ ବ୍ୟକ୍ତିଙ୍କର ସର୍ଜରୀ କରାଯାଇଥିଲା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଡାକ୍ତରମାନେ ଉକ୍ତ ବ୍ୟକ୍ତିଙ୍କ ପେଟରୁ ୩୦ ସେମି ଲମ୍ବାର ଏକ ଜିଅନ୍ତା ମାଛ ବାହାର କରିଛନ୍ତି । ଡାକ୍ତରମାନଙ୍କ କହିବା ଅନୁସାରେ ମାଛଟି ଅନେକ ଦିନ ଧରି ପେଟରେ ରହିବା ପରେ ମଧ୍ୟ ମରି ନଥିଲା । ତେବେ ଏତେ ଦିନ ଧରି ମାଛଟି ପେଟ ଭିତରେ ରହିଥିବାରୁ ରୋଗୀ ଜଣଙ୍କ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ ।

ରିପୋର୍ଟ ଅନୁସାରେ ଜୀଅନ୍ତା ମାଛଟି ରୋଗୀର ପେଟରେ କଣା କରିଥିଲା, ଯେଉଁଥି ପାଇଁ ରୋଗୀଙ୍କ ପେଟରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। ଡାକ୍ତରମାନେ କହିଛନ୍ତି ଯେ ଯଦି ମାଛଟି ଆଉ ଗୋଟିଏ କିମ୍ବା ଦୁଇ ଦିନ ପେଟରେ ରହିଥାନ୍ତା ତେବେ ରୋଗୀଙ୍କ ଜୀବନ ଯାଇଥାନ୍ତା । ଆପଣ ନିଶ୍ଚିତ ଭାବୁଥିବେ ଯେ ଏତେ ବଡ ମାଛ ରୋଗୀର ପେଟ ଭିତରେ କିପରି ପହଞ୍ଚିଲା । ତେବେ କହି ରଖିବାକୁ ଚାହିଁବୁ ଯେ ଯେତେବେଳେ ଡାକ୍ତରମାନେ ରୋଗୀଙ୍କୁ ଏ ବିଷୟରେ ପଚାରିଥିଲେ ସେ ସଠିକ୍ ଭାବେ ଏ ପ୍ରଶ୍ନର ଉତ୍ତର ଦେଇ ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.