ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅରବିନ୍ଦ କେଜ୍ରିଓ୍ଵାଲ, ଆବେଦନ ଉପରେ ତତ୍କାଳ ଶୁଣାଣି ଦାବି

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଗିରଫଦାରୀ ଏବଂ ରିମାଣ୍ଡ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ନିଜ ପିଟିସନରେ ହାଇକୋର୍ଟରୁ ତତ୍କାଳ ଶୁଣାଣି ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଗିରଫଦାରୀ ଏବଂ ରିମାଣ୍ଡ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ନିଜ ପିଟିସନରେ ହାଇକୋର୍ଟରୁ ତତ୍କାଳ ଶୁଣାଣି ଦାବି କରି ଆସନ୍ତାକାଲି ହିଁ ଶୁଣାଣି ପାଇଁ ଅନୁରୋଧ କରିଛନ୍ତି ।

କେଜ୍ରିୱାଲ ତାଙ୍କ ପିଟିସନରେ ଯୁକ୍ତି ଦର୍ଶାଇଛନ୍ତି ଯେ ତାଙ୍କ ଗିରଫଦାରୀ ଏବଂ ରିମାଣ୍ଡ ଆଦେଶ ଉଭୟ ବେଆଇନ । ସେ ତୁରନ୍ତ ହେପାଜତରୁ ମୁକ୍ତ ହେବା ଯୋଗ୍ୟ । ଏହା ସହିତ ସେ ଆକ୍ଟିଂ ଚିଫ୍‌ ଜଷ୍ଟିସ୍‌ଙ୍କ ଠାରୁ ରବିବାର ଅର୍ଥାତ୍‌ ମାର୍ଚ୍ଚ ୨୪ରେ ତତ୍କାଳ ଶୁଣାଣି ଦାବି କରିଛନ୍ତି ।

ଇଡି ଗୁରୁବାର କେଜ୍ରିଓ୍ଵାଲଙ୍କ ଘରେ ସର୍ଚ୍ଚ ପରେ ତାଙ୍କୁ ଗିରଫ କରିଥିଲା ଏବଂ ଶୁକ୍ରବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଏଠାରୁ କୋର୍ଟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି । ଇଡି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରି ୧୦ ଦିନର ରିମାଣ୍ଡ ମାଗିଥିଲା । ହେଲେ କୋର୍ଟ ୬ ଦିନର ରିମାଣ୍ଡ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.