ଗୁଜରାଟ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ: ଧବଳେଶ୍ୱର ଝୁଲାପୋଲରେ ଲାଗୁ ହେବ ୧୪୪ ଧାରା

କଟକ(କେନ୍ୟୁଜ୍): ବନ୍ଦ ହେବ କି ଧବଳେଶ୍ୱର ଝୁଲାପୋଲ ? ଗୁଜରାଟ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ । ଧବଳେଶ୍ୱରରେ ୧୪୪ ଧାରା ଲାଗୁ ହୋଇଛି । ଝୁଲାପୋଲ ମରାମତି ହେବା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ । ସେପର୍ଯ୍ୟନ୍ତ ଡଙ୍ଗା ମାଧ୍ୟମରେ ଦର୍ଶନ ପାଇଁ ଯାଇପାରିବେ ଶ୍ରଦ୍ଧାଳୁ । ଆଜି ଧବଳେଶ୍ୱର ଝୁଲା ପୋଲରେ ଯାତାୟତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ ଅଧାରୁ ଅଧିକ ଖସାଇ ଦିଆଯାଇଛି । ଝୁଲା ପୋଲର କ୍ଷମତା ୬ଶହ ଥିବାବେଳେ, ଏହାକୁ କମାଇ ୨ଶହ କରାଯାଇଛି । ଆସନ୍ତାକାଲି ବନ୍ଦ ରହିବ ଝୁଲା ପୋଲ । ପୋଲର ନିରାପତ୍ତା ଯାଞ୍ଚ କରିବ ଟେକନିକାଲ ଟିମ୍‌ । ଆବଶ୍ୟକ ପଡ଼ିଲେ ସୁରକ୍ଷା ପାଇଁ ଝୁଲା ପୋଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ଯାତ୍ରୀଙ୍କ ସୁରକ୍ଷା ପ୍ରଥମେ, ପରେ ଦର୍ଶନ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଗୁଜୁରାଟ ଘଟଣା ପୂର୍ବରୁ ଏକ ବୈଷୟିକ ଟିମ୍‌ ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଥିଲେ । କିଛି ତ୍ରୁଟି ନଜରକୁ ଆସିଛି । ଆଜି ଇଞ୍ଜିନିୟରିଂ ଚିଫ୍‌ଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗର ଗୋଟିଏ ଟେକ୍ନିକାଲ ଟିମ୍‌ ଧବଳେଶ୍ୱର ସ୍ଥିତ ଝୁଲନ୍ତା ବ୍ରିଜ୍‌ରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲ ଦୁର୍ବଳ ଥିବାରୁ କେବଳ ବଡ଼ଓଷା ବ୍ରତଧାରୀ ମାନେ ଦର୍ଶନ ପାଇଁ ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିବେ । ଝୁଲା ପୋଲକୁ ଲାଗିକରି ଚାଲିଥିବା କଂକ୍ରିଟ ପୋଲ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଶେଷ କରାଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.