କାଲି ସାବିତ୍ରୀ ଅମାବାସ୍ୟା, ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ସବୁ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି, ଜନସମାଗମକୁ ଲଗାଗଲା ରୋକ

ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତାକାଲି ପବିତ୍ର ସାବିତ୍ରୀ ଅମାବାସ୍ୟା । ଏହି ଅବସରରେ ବିରଜା ମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କଲେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ। କୋରୋନା କଟକଣା ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ ମନ୍ଦିର ପ୍ରଶାସକ।

 

ପ୍ରତିବର୍ଷ ଏହି ସାବିତ୍ର ଅମାବାସ୍ୟା  ଅବସରରେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।  ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ  ପ୍ରତ୍ୟେକ ଦେବାଦେବୀ ପୀଠ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ।


ସେହିଭଳି ଜଗତସିଂହପୁର ଜିଲ୍ଲା ପ୍ରଶାସନ ମଧ୍ୟ ସାବିତ୍ରୀ ଅମାବାସ୍ୟାରେ ଶାରଳା ମନ୍ଦିରରେ ଜନସମାଗମକୁ ଦ୍‌ଷ୍ଟିରେ ରଖି ୧୪୪ ଧାର ଜାରି କରିଛି। କେବଳ ଶାରଳା ମନ୍ଦିର ନୁହେଁ ଜିଲ୍ଲାର ଅନ୍ୟ ମନ୍ଦିରରେ ମଧ୍ୟ ୧୧୪ ଧାରା ଜାରି କରାଯାଇଛି। ଯେଉଁ ଧାର୍ମିକ ଅନୁଷ୍ଠାନମାନଙ୍କରେ ଜନଗହଳି ହେବ ସେହିସବୁ ସ୍ଥାନମାନଙ୍କରେ ୧୪୪ ଧାରା ଜରିହେବ। ସେହିଭଳି ଇଦୁଲ ଫିତରେ ମଧ୍ୟ ମସଜିଦ୍ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ ବୋଲି ଜଗତସିଂହପୁର ପ୍ରଶାସନ ଟ୍ବିଟ ଯୋଗେ କହିଛି।

Leave A Reply

Your email address will not be published.