ବାଲେଶ୍ଵର: ଫୁଲାଡି ନିକଟରେ ନିର୍ମାଣଧୀନ ଅବସ୍ଥାରେ ଥିବା ଦ୍ଵିତୀୟ ପୋଲର ଭୁସୁଡିଲା ସେଣ୍ଟ୍ରିଂ,ଦେଖନ୍ତୁ ଭିଡିଓ

ବାଲେଶ୍ଵର (କେନ୍ୟୁଜ୍): ବାଲେଶ୍ଵର ଫୁଲାଡି ନିକଟରେ ନିର୍ମାଣଧୀନ ଅବସ୍ଥାରେ ଥିବା ଦ୍ଵିତୀୟ ପୋଲର ଭୁସୁଡିଲା ସେଣ୍ଟ୍ରିଂ । ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ଫୁଲାଡିରେ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ଧିନ ସେଣ୍ଟରିଙ୍ଗ ଧସି ଯାଇଛି। ବାତ୍ୟା ଅମ୍ଫାନ୍ ପରେ ନଦୀର ଜଳସ୍ତର ବଢିବାପରେ ନିର୍ମାଣଧୀନ ପୋଲର ସେଣ୍ଟ୍ରିଂ ଧସିଯାଇଛି। ଫୁଲାଡି ଦୁର୍ବଳ ବ୍ରିଟିଶ୍ ପୋଲର ନିକଟରେ ନିର୍ମାଣଧିନ ଅବସ୍ଥାରେ ଥିବା ସେତୁର ୬ଟି ସ୍ପାନ ରହିଛି । ୫ଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବଳାକା ଅଂଶକୁ  ନିର୍ମାଣ ପାଇଁ ସେଣ୍ଟରିଙ୍ଗ କରାଯାଇଥିଲା।ଯାହାକି ହଠାତ୍ ନଦୀର ପାଣି ବୃଦ୍ଧି ହେବା ପରେ ଧସି ଯାଇଛି। ପୂର୍ବରୁ କାର୍ଯ୍ୟକ୍ଷମ ହେଉଥିବା ଦୁର୍ବଳ ଲୁହା ପୋଲକୁ ବିପଦ ସଙ୍କୁଳ ଦର୍ଶାଇ କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଉଭୟ ପାର୍ଶ୍ଵକୁ ସିଲ୍ କରିଥିଲା ।

ଫୁଲାଡି ନିକଟରେ ଥିବା ବ୍ରିଟିଶ୍ ଅମଳର ଲୌହ ପୋଲ ପୂର୍ବରୁ ଅସୁରକ୍ଷିତ ଘୋଷିତ ହୋଇଥିବା ବେଳେ କିଛି ପୂର୍ବରୁ କାଳ ଓ ସୁନେଇ ଡ୍ୟାମରୁ ହଠାତ୍ ପାଣି ଛଡ଼ା ଯାଇଥିବା ଯୋଗୁଁ ଦୁର୍ବଳ ପୋଲର ଏକ ପିଲର ନିକଟରୁ ହଠାତ୍ ମାଟି ଅତଡା ଖସି ଯାଇଥିଲା । ଯାହାଫଳରେ ପୋଲ ଉପର ଦେଇ ଯିବା ଆସିବା କରୁଥିବା ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ପୋଲକୁ ସମ୍ପୂର୍ଣ ଭାବେ ଯିବା ଆସିବା ବନ୍ଦ କରା ଯାଇଥିଲା ।

ହେଲେ ଆଜି ପୁଣି ଜଳସ୍ଥର ବୃଦ୍ଧି ହେତୁ ନଦୀରେ ଜଳ ପ୍ରବାହରେ  ଉଭୟ କୁଳ ଖାଉଥିବାର ଦେଖିବାକୁ ମିଳିଛି । ବର୍ତମାନ ଘଟଣା ସ୍ଥଳରେ ବାଲେଶ୍ଵର ଉପଜିଲ୍ଲାପାଳ ନିଲୁ ମହାପାତ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଲୌହ ପୋଲ ନିକଟରେ ଥିବା ୪ ପରିବାର ର ୨୪ ଜଣ ସଦସ୍ୟଙ୍କୁ କଣ୍ଟାବଣିଆ ସ୍ଥିତ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.