ପର୍ଯ୍ୟଟକଙ୍କ ଗହଳି ରୋକିବା ପାଇଁ ରାଜନଗର ପେଣ୍ଠ ସମୁଦ୍ର ବେଳାଭୂମିରେ ୧୪୪ ଧାରା ଲାଗୁ, ୧୫ଦିନରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପଦକ୍ଷେପ

ରାଜନଗର: ରାଜନଗର ପେଣ୍ଠ ସମୁଦ୍ର ବେଳାଭୂମିରେ ୧୪୪ ଧାରା ଲାଗୁ। ପର୍ଯ୍ୟଟକଙ୍କ ଗହଳି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଗତ ୧୫ଦିନରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏଭଳି କଡାକଡି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି।

ଏହାସହ ସମୁଦ୍ରରେ ଗାଧୋଇବା ଉପରେ କଟକଣା ଲଗାଇଛି ପ୍ରଶାସନ। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ଯ ଦିଆଯାଇଛି । ଏନେଇ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.