ଭୁବନେଶ୍ବର: ନନ୍ଦନକାନନରେ ମହୁମାଛି ଆକ୍ରମଣ, ୧୫ ପର୍ଯ୍ୟଟକ ଆହତ

କେନ୍ୟୁଜ୍(ବ୍ୟୁରୋ): ମହୁମାଛି ଆକ୍ରମଣରେ ୧୫ ପର୍ଯ୍ୟଟକ ଆହତ । ଭୁବନେଶ୍ବର ନନ୍ଦନକାନନରେ ଘଟିଛି ଏହି ଘଟଣା। ନନ୍ଦନକାନନ ଭିତରେ  ଏକ ଗଛରେ ଥିବା ମହୁଫେଣାରୁ ହାଠାତ ମହୁମାଛିମାନେ ଆକ୍ରମଣାତ୍ମକ ଭାବେ ଉଡ଼ି ଆସିଲେ ।

ପରେ ନିକଟରେ ଥିବା ପର୍ଯ୍ୟଟକଙ୍କୁ ଅତର୍କିତ ଆକ୍ରମଣ କରିବାକୁ ଲାଗିଲେ। ଏହି ମହୁମାଛି ମାନଙ୍କ ଆକ୍ରମଣରେ ପାଖାପାଖି ୧୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ  ନନ୍ଦନକାନନ କର୍ମଚାରୀ ପହଞ୍ଚି ପର୍ଯ୍ୟଟକଙ୍କୁ ଡାକ୍ତରଖାନା ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.