ସାଗୁ ନାହିଁ, ତାହେଲେ ଏପରି ପ୍ରସ୍ତୁତ କରନ୍ତୁ ଶିବରାତ୍ରୀ ସ୍ପେଶାଲ ଦହି ପଣା

ଆଜି ମହା ଶିବରାତ୍ରୀ। ଆଜି ଶ୍ରଦ୍ଧାଳୁମାନେ ଜାଗର ଓଷା କରନ୍ତି। ଯଦି ଆପଣ ବି ଓଷା କରିଛନ୍ତି ଏବଂ କିଛି ପଣା କରି ପିଇବାକୁ ଚାହୁଁଛନ୍ତି ତାହେଲେ ଏହି ପଣା ଆପଣଙ୍କୁ ଏକଦମ୍ ଆରାମ ଦେବ। ଏହାଛଡା ଯଦି ଆପଣ ସାଗୁ ଭିଜାଇବାକୁ ଭୁଲି ଯାଇଛନ୍ତି, ତାହେଲେ ଆପଣ ଦହ, ଛେନା ଏବଂ କିଛି ଫଳକୁ ନେଇ ବି ପଣା ବନାଇ ପାରିବେ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ସ୍ପେଶାଲ ଦହି ପଣା।

ଆବଶ୍ୟକୀୟ ସାମଗ୍ରୀ

  • ଏକ କପ୍ ଦହି
  • ୧/୩ ଚାମଚ୍ ଗୋଲମରୀଚ ଗୁଣ୍ଡ
  • ୧/୩ ଚାମଚ ଗୁଜୁରାତି ଗୁଣ୍ଡ
  • ଅଧା କପ୍ ନଡିଆ କୋରା
  • ଅଧା କପ୍ କ୍ଷୀର ଛେନା
  • ସାତ ରୁ ଆଠ ଚାମଚ୍ ଚିନି
  • ଅଳ୍ପ କାଜୁ, କିସମିସ୍ ଏବଂ ଆଲମଣ୍ଡ
  • ବଡ ପାଚିଲା କଦଳୀ, ଗୋଟେ ସେଓ ଏବଂ କିଛି ଅଙ୍ଗୁରକୁ (ଛୋଟ କଟା ହୋଇଥିବା)
  • ଗୋଟେ ଗ୍ଲାସ ପାଣି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଦହି, ଚିନି ଏବଂ କଦଳୀ ପକାଇ ଭଲଭାବେ ମିକ୍ସ କରନ୍ତୁ। ଏହାପରେ କାଟି ରଖିଥିବା ସମସ୍ତ ଫଳକୁ ପକାନ୍ତୁ। ଏହାପରେ କାଜୁ, ବାଦାମ ଏବଂ କିସମିସ୍ ପକାନ୍ତୁ। ଏହାପରେ ଏଥିରେ ଛେନା ବି ପକାଇ ଦିଅନ୍ତୁ। ଏବେ ଏହା ଉପରେ ଗୋଲ ମରୀଚ ଗୁଣ୍ଡ ଏବଂ ଗୁଜୁରାତି ଗୁଣ୍ଡ ପକାଇ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ। ଏହାପରେ ଏହାକୁ ଭଲଭାବେ ଚାମଚରେ ଗୋଳାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମହା ଶିବରାତ୍ରୀ ସ୍ପେଶାଲ ଦହି ପଣା।