ରାଜ୍ୟରେ ଉଚ୍ଚଶିକ୍ଷାରେ ୧୫% ସଂରକ୍ଷଣ ସଂକଳ୍ପ ପାରିତ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଉ ୧୫ପ୍ରତିଶତ ସଂରକ୍ଷଣ ଲାଗୁ ହେବ। ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରୀଙ୍କ ପାଇଁ ସଂରକ୍ଷଣ କରାଯିବ। ମେଡ଼ିକାଲ ଓ ଇଞ୍ଜିନିୟରିଂ ଆଡମିସନରେ ୧୫ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ପାଇଁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପ ଗୃହୀତ ହୋଇଛି। ସର୍ବସମ୍ମତି କ୍ରମେ ଗୃହରେ ସଂକଳ୍ପ ପାରିତ ହୋଇଛି। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବ ଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ପରୀକ୍ଷା ହେଉଛି। ଏହି ଏକକ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ପରଠୁ ରାଜ୍ୟର ସରକାରୀ ହାଇସ୍କୁଲ ଓ କଲେଜଗୁଡିକର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ହ୍ରାସ ପାଇଛି।

କାରଣ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉ ନଥିବାରୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ପାରୁ ନାହାନ୍ତି। ଏସବୁ କାରଣକୁ ଦେଖି, ସରକାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛନ୍ତି। ନୂଆ ବ୍ୟବସ୍ଥା ଫଳରେ ସରକାରୀ ସ୍କୁଲରେ ପାଠ ପଢୁଥିବା ଗ୍ରାମାଞ୍ଚଳ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ସୃଷ୍ଟି ହେବ। ଏହାସହ ଅସମତା ଦୂର ହେବା ଦ୍ୱାରା ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ସୁବିଧା ପାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.