ଭୀମସାର୍‌ରେ ଜୁନିୟର ଛାତ୍ରଙ୍କୁ ରାଗିଂ ଘଟଣା, ୧୮ ଛାତ୍ରଙ୍କୁ ୫୪ ହଜାର ଫାଇନ୍‌

ସମ୍ବଲପୁର (କେନ୍ୟୁଜ) : ବୁର୍ଲା ଭୀମସାରରେ ରାଗିଂ ଘଟଣା । ତଦନ୍ତ କମିଟିର ରିପୋର୍ଟ ପରେ ୧୮ ଜଣଙ୍କୁ ଫାଇନ୍‌ । ସିନିୟୟ ଛାତ୍ର ସଂଘର ୧୮ ଜଣଙ୍କୁ ୫୪ ହଜାର ଟଙ୍କାର ଫାଇନ୍‌ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭୀମସାର କର୍ତ୍ତୃପକ୍ଷଙ୍କ ନିକଟରେ ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୀମସାର ଅଧ୍ୟକ୍ଷା । ଗତ ୧୨ ତାରିଖରେ ଭୀମସାରର ୬ ଜଣ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଜୁନିୟର ଛାତ୍ରଙ୍କ ଅଭିଯୋଗ ପରେ ଭୀମସାର କର୍ତ୍ତୃପକ୍ଷ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହାସହ ଆଣ୍ଟି ରାଗିଂ ସେଲକୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଘଟଣାର ତଦନ୍ତ କରି ଆଣ୍ଟି ରାଗିଂ ସେଲ୍‌ ଭୀମସାର କତ୍ତୃପକ୍ଷଙ୍କୁ ରିପୋଟ ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.