କେନ୍ଦୁଝର: ମଉଳି ଗଲା ରଜ ମଉଜ, ବାପାଙ୍କ କଥା ସହି ନପାରି ବେକରେ ଦଉଡି ଲଗାଇ ଆତ୍ମହତ୍ୟା କଲା ଝିଅ

ଆନନ୍ଦପୁର(କେନ୍ୟୁଜ୍): ରଜ ପରବକୁ ନେଇ କୁଆଁରୀ ଝିଅ ମନରେ ଅନେକ ସରାଗ ଥାଏ।  ବର୍ଷ ତମାମ ଅପେକ୍ଷା କରି ରହିଥାଏ ରଜରେ ଟିକେ ନୂଆ ଡ୍ରେସ ପିନ୍ଧି ସାଙ୍ଗମାନଙ୍କ ସହ ରଜ ପାଳିବ। କିନ୍ତୁ ଏହି ରଜ ପରବ ମଉଳି ଗଲା ସୌଦାମିନୀ ପାଇଁ ।  ଜୀବନ କଣ ବୁଝିବା ଆଗରୁ ବାପାଙ୍କ କେଇ ପଦ କଥାକୁ ନେଇ ଜଙ୍ଗଲରେ ଜୀବନ ହାରିଦେଲା ଏହି ୧୫ ବର୍ଷର ଝିଅ ସୌଦାମିନୀ।

ପରିବାରରେ ପୂର୍ବରୁ ହେଇଥିବା ପାରିବାରିକ କଳହ ସୌଦାମିନୀର ଆତ୍ମହତ୍ୟାର କାରଣ ହେଲା। ଆନନ୍ଦପୁର ଥାନା କାଠକଟା ପଞ୍ଚାୟତର ଚକ୍ରତୀର୍ଥ ଗାଁରେ ଘଟିଛି ଏହି ଘଟଣା   । ଏହି ଗାଁରେ ସହଦେଵ ମହାପାତ୍ର ଓ ନିୟତିଙ୍କ ଝିଅ ଅଟନ୍ତି ସୌଦାମିନୀ। ଆଜି ସକାଳୁ ପାରିବାରିକ କଳହକୁ ନେଇ ବାପ ଝିଅଙ୍କ ଭିତରେ ବଚସା ହୋଇଥିଲା। ସୌଦାମିନୀ ବାପାଙ୍କ କଥା କୁ ସହି ପାରିନଥିଲା। ଘର ପଛପଟେ ଥିବା ଜଙ୍ଗଲରେ ଗୋଟିଏ ଗଛରେ ବେକରେ ରଶି ଲଗାଇ ଓହଳି ପଡ଼ିଥିଲେ। ଘର ଲୋକ ଅନେକ ଖୋଜା ଖୋଜି ପରେ ତାଙ୍କୁ ସେଠାରେ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.