ଅଝଟିଆ ପୁଅର ଜିଦ୍ ଲାଗି ଚାଲିଗଲା ପ୍ରାଣ, ରେଳ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୧୫ ବର୍ଷୀୟ ନାବାଳକର ମୃତ୍ୟୁ

ଜୟପୁର(କେନ୍ୟୁଜ୍): ଅଝଟିଆ ପୁଅର ଜିଦ୍ ଲାଗି ଚାଲିଗଲା ଜୀବନ। ବାପାଙ୍କ ବିଲରେ କାମ କରିବ ନାହିଁ ବୋଲି ଜିଦ କରି ଟ୍ରେନ ବିଦ୍ୟୁତ ଖୁଣ୍ଟିରେ ଚଢି ହାରିଲା ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି କୋଟପାଡ଼ ଅନ୍ତର୍ଗତ ଭୋନସ ଷ୍ଟେସନ ନିକଟରେ । ମିଳିଥିବା ସୂଚନା ଅନୁସାରେ ଡଙ୍ଗରି ଗ୍ରମାର ୧୫ ବର୍ଷୀୟ ବନବାସୀ ଅମନାତ୍ୟ ଆଜି ସକାଳୁ ମନ୍ଦିର ଯାଇ ଘରକୁ ଫେରିଥିଲେ। ବନବାସୀଙ୍କ ବାପା ତାଙ୍କୁ ବିଲକୁ ଯାଇ ଟିକେ ବୁଲି ଆସିବାକୁ କହିଥିଲେ। କିନ୍ତୁ ବିଲକୁ ଯିବାକୁ ମନା କରି ଦେଇ ଜିଦରେ ଘରୁ ଆସ କୋଟପାଡ଼ ଭୋନସ ଷ୍ଟେସନ  ନିକଟ ଏକ ରେଳ ବିଦ୍ୟୁତ ଖୁଣ୍ଟିରେ ଚଢିଯାଇଥିଲେ ।

କିନ୍ତୁ ଦୁର୍ଭାଗ୍ୟ ବଶତଃ ରେଳ ବିଦ୍ୟୁତ ତାରରେ ବନବାସୀଙ୍କ ହାତ ଲାଗି ଯିବାରୁ ଘଟଣା ସ୍ଥଳରେ ହିଁ  ତାଙ୍କର ମୃତ୍ୟୁ ହୋଇଛି। ତେବେ ରେଳ ବିଦ୍ୟୁତ ଖୁଣ୍ଟରେ ଗୋଡ଼ ଛନ୍ଦି ଚଢିଥିବାରୁ ବନବାସୀଙ୍କ ମରଶରୀର ସେହି ବିଦ୍ୟୁତ ଖୁଣ୍ଟିରେ ଝୁଲି ରହିଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.