Below header

ବିନା ମାସ୍କରେ ଏଥର ମିଳାମିଶା , ଆମେରିକା ସିଡିସି ପକ୍ଷରୁ ମିଳିଲା ଅନୁମତି

ଆମେରିକାରେ କୋଭିଡ -୧୯ ଟିକାକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଏହା ସୂଚିତ କରାଯାଇଛି। କୋଭିଡ -୧୯ ଟିକା ନେଇସାରିଥିବା ଲୋକ ଏବେ ବିନା ମାସ୍କରେ ବାହାରକୁ ଯାଇପାରିବେ। ପରସ୍ପର ସହ ଦେଖା ସାକ୍ଷାତ କରିପାରିବେ। ମହାମାରୀ ସମ୍ବନ୍ଧିତ ପ୍ରବନ୍ଧ ନିର୍ଦ୍ଦେଶାଳୟ ସିଡିସି ପକ୍ଷରୁ ଏହା କୁୁହାଯାଇଛି। ଅନ୍ୟ ସବୁଥିରେ ମଧ୍ୟ ଅନୁମତି ଦିଆଯାଇଛି।
ଆମେରିକାର ସେଣ୍ଟର୍ସ ଫର ଡିସିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ନିର୍ଦ୍ଦେଶ ଅନୁଯାୟୀ , ଯେଉଁମାନେ ଟିକାର ସବୁ ଡୋଜ ନେଇ ସାରିଛନ୍ତି ବନ୍ଦ ହୋଇଥିବା ସ୍ଥାନକୁ ବିନା ମାସ୍କରେ ପରସ୍ପର ସହ ମିଶିପାରିବେ।

888

ସିଡିସି ନିର୍ଦ୍ଦେଶକ ରସେଲ ପି.ଓ୍ଵାଲେନସ୍କିଙ୍କ କହିବା ଅନୁଯାୟୀ , ଟିକା ଗ୍ରହଣକାରୀମାନେ ଟିକା ନେଇନଥିବା ଲୋକଙ୍କ ସହ ସତର୍କତା ଅବଲମ୍ବନ କରି ମିଶି ପାରିବେ। ଟିକା ଗ୍ରହଣକାରୀ ଯଦି କୋଭିଡ ପଜିଟିଭଙ୍କ ସହ ମିଶନ୍ତି, ତେବେ ତାଙ୍କୁ ପୁନର୍ବାର ଯାଞ୍ଚ କରିବା କିମ୍ବା କ୍ୱାରେଣ୍ଟାଇନ ରହିବାର କୌଣସି ଆବଶ୍ୟକତା ନାହିଁ। ଆମେରିକାରେ ସ୍କୁଲ ଓ ବଜାର ଖୋଲିବାକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି। ରାଜ୍ୟରେ ସଂକ୍ରମଣ ହାର ମଧ୍ୟ କମ୍‌ ଅଛି।

9999

ଆମେରିକାରେ ୬କୋଟି ଲୋକଙ୍କୁ ଏବେ ୧ରୁ ଅଧିକ ଡୋଜ୍‌ ଦିଆଯାଇଛି। ଏଠାରେ ଟିକାର ଶେଷ ଡୋଜ୍‌ ନେବାର ୨ ସପ୍ତାହ ପରେ ଏହାର ପ୍ରଭାବ ଜଣାପଡେ। ଫାଇଜର ଓ ମର୍ଡନା ୨ ଡୋଜର ଟିକା ହୋଇଥିବାବେଳେ ଜନସନ ଓ ଜନସନ ଭ୍ୟାକସିନ ୧ ଡୋଜର ଟିକା ଅଟେ। ବୟସ୍କମାନେ ସତର୍କତାର ସହ ନିଜ ପରିବାର ଲୋକଙ୍କ ସହ ରହିପାରିବେ। ଏହାଛଡା ସାର୍ବଜନୀକ ସ୍ଥରରେ ଲୋକମାନେ ସତର୍କ ରହିବେ । ନିଜର ତଥା ନିଜ ପରିବାରର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମିଳାମିଶା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.