ଗଜପତି ମୋହନାରେ ୧୬ କୋଟିର ଗଞ୍ଜେଇ ସ୍ୱାହା, ବେଆଇନ ଚାଷକୁ ନଷ୍ଟ କରି ପୋଡ଼ିଦେଲା ଅବକାରୀ ବିଭାଗ

ଗଜପତି: ୧୬ କୋଟିର ଗଞ୍ଜେଇ ସ୍ୱାହା। ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରି ପୋଡ଼ି ଦେଇଛି ଅବକାରୀ ବିଭାଗ। ଗଜପତି ଜିଲ୍ଲା ମୋହନା ଥାନା ଡେଙ୍ଗାସିନ୍ଧବା ଗାଁ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଷ ନେଇ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରିଥିଲା। ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ଏହି ଚଢଉ ହୋଇଥିଲା। ୮୩ ଏକର ଜଙ୍ଗଲ କିସମ ଜମିରେ ଚାଷ କରାଯାଇଥିବା ଏକଲକ୍ଷ ୬୬୭ହଜାର ଗଛକୁ କାଟି ପୋଡ଼ି ଦିଆଯାଇଛି। ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ କୋଟି ଟଙ୍କା ବୋଲି ପୋଲିସ ସୂଚନା ଦେଇଛି। ମୋହନା, ଅଡ଼ବା ଏବଂ ରା. ଉଦୟଗିରି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢଉ କରି ପ୍ରାୟ ୫୦କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ନଷ୍ଟ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.