ତୀର୍ଥଯାତ୍ରୀଙ୍କ ସହିତ ସାବରିମାଲା ଯାତ୍ରା କରୁଛି ବୁଲା କୁକୁର, ଦେଖନ୍ତୁ ଭିଡିଓ

ଚିକ୍କାମଗଲୁରୁ: ୧୩ଜଣ ଅୟପ୍ପା ଭକ୍ତ ଯେଉଁମାନେ କି, ଖାଲି ପାଦରେ ଚାଲି ଚାଲି ସବରିମାଲା ଯାତ୍ରା କରୁଛନ୍ତି ସେମାନଙ୍କ ପଛେ ପଛେ ଗୋଟେ ବୁଲା କୁକୁର ଆସୁଥିବାର ନଜର ଆସିଛି । ଏବେ ଯାଏ ଏହି ଭକ୍ତମାନେ ପାଖାପାଖି ଦୀର୍ଘ ୪୮୦ କିମି ଚାଲିସାରିଲେଣି । ଏହି ଭକ୍ତମାନେ ଆନ୍ଧ୍ରପ୍ରଦେଶର ତିରୁପତି ଚିକ୍କାମଗଲୁରୁ ଜିଲ୍ଲାର କୋଟିଗେହେରା ଗାଁର ଅଟନ୍ତି।

ଭକ୍ତ ମାନେ ଏହି କୁକୁରଟିକୁ ନିଜର ଆଧ୍ୟାତ୍ମିକ ଯାତ୍ରାରେ ସାବରିମାଲା ଯାଏ ନେଇ ଯିବାକୁ ସ୍ଥିର କରିଛନ୍ତି । ଭକ୍ତମାନେ କହିଛନ୍ତି କି ବାଟରେ କୁକୁରଟିର ପାଦରେ ଆଘାତ ହୋଇଥିବାବେଳେ ସେମାନେ ପଶୁ ଚିକିତ୍ସାଳୟରେ ତାର ଚିକିତ୍ସା କରାଇଛନ୍ତି । ଏହି କୁକୁରଟି ୩୧ ଅକ୍ଟୋବର ଦକ୍ଷିଣ କନ୍ନଡ ଜିଲ୍ଲାର ମୁଦବିଦ୍ରୀର ଟୋଡରରେ ରହୁଥିବା ରାଜେଶ ଗୁରୁସ୍ବାମୀଙ୍କ ନେତ୍ରୁତ୍ବରେ ଖାଲି ପାଦରେ ଯାଉଥିବା ଏହି ଭକ୍ତମାନଙ୍କ ସହିତ ସାମିଲ ହୋଇଥିଲା । ଯେତେବେଳେ ସେମାନେ ତିରୁପତି ତୁରୁମାଲାରୁ ତୀର୍ଥଯାତ୍ରା ଆରମ୍ଭ କଲେ । ଏହି ଭକ୍ତମାନେ ରବିବାର କୋଟ୍ଟୀଘାରା ପହଁଚିଥିଲେ ।

ଦେଖନ୍ତୁ ଭିଡିଓ:

ଭକ୍ତମାନେ କହିଛନ୍ତି କି, ପ୍ରଥମେ ସେମାନେ ଏହି କୁକୁରଟିକୁ ନୋଟିସ୍ କରିନଥିଲେ । କିନ୍ତୁ ଯେବେ ସେମାନେ ନିଜର ଯାତ୍ରା ଜାରି ରଖିଥିଲେ ସେତେବେଳେ କୁକୁରଟି ସେମାନଙ୍କ ଆଗପଛରେ ବୁଲିଥିଲା । ସେମାନେ ଖାଉଥିବା ଭୋଜନ ମଧ୍ୟ କୁକୁରଟିକୁ ଖାଇବାକୁ ଦିଆଯାଇଥିଲା । କୁକୁରଟି ବେକରେ ଏକ କଳା ଚମଡାର ବେଲ୍ଟ ମଧ୍ୟ ଲାଗିଛି । ତେବେ କୁକୁରଟିର ଏପରି ଯାତ୍ରା ସେମାନଙ୍କ ପାଇଁ ଏକ ନୂତନ ଅନୁଭୂତି ବୋଲି ସେମାନେ କହିଛନ୍ତି । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.