ଛୋଟ ବେଳୁ ମଧ୍ୟ ନିଜ ଡ୍ୟାନ୍ସ ଷ୍ଟାଇଲରେ ଦିଓ୍ଵାନା କରୁଥିଲେ ହ୍ରିତିକ, ଦେଖନ୍ତୁ ଭିଡିଓ

ବଲିଉଡର ହ୍ୟାଣ୍ଡସମ୍‌ ହିରୋ ହ୍ରିତିକ ରୋଶନ ନିଜ ଅଭିନୟ ସହିତ ଡ୍ୟାନ୍ସ ପାଇଁ ବେଶ୍‌ ଚର୍ଚ୍ଚିତ। ହ୍ରିତିକଙ୍କ ଡ୍ୟାନ୍ସରେ ସମସ୍ତେ ପାଗଳ। ହ୍ରିତିକ ଏହି ଇଣ୍ଡଷ୍ଟ୍ରୀକୁ ଆସିବା ପୂର୍ବରୁ ଜଣେ ଭଲ ଡ୍ୟାନ୍ସର ମଧ୍ୟ ଥିଲେ। ନିକଟରେ ହ୍ରିତିକ ତାଙ୍କ ଫ୍ୟାନ ପେଜରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ହ୍ରିତିକ କିଭଳି ଛୋଟ ବେଳେ ଜବରଦସ୍ତ ଡ୍ୟାନ୍ସ କରୁଥିଲେ, ତାହା ଦେଖିବାକୁ ମିଳିଛି। ଏହି ଭିଡିଓ କେଉଁ ସ୍ଥାନର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ହ୍ରିତିକ ଡ୍ୟାନ୍ସ ସମୟରେ ପିନ୍ଧିଥିବା ଜୋତା ସଂପୂର୍ଣ୍ଣ ଅଲଗା। ହ୍ରିତିକ ୧୯୮୧ର ଅମିତାଭଙ୍କ ଫିଲ୍ମ ‘ଲାବାରିସ’ର ଗୀତରେ ଏଭଳି ଡ୍ୟାନ୍ସ କରୁଥିଲେ, ଯାହାକୁ ଦେଖି ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।

ହ୍ରିତିକ ରୋଶନ ଅନେକ ଦିନ ଧରି ପରଦାରୁ ଗାଏବ ରହିଥିଲେ କିନ୍ତୁ ନିକଟର ରିଲିଜ ହୋଇଥିବା ଫିଲ୍ମ ‘ଓ୍ଵାର’ ବକ୍ସ ଅଫିସରେ ଧୁମ ମଚାଇଥିଲା। ହ୍ରିତିକ ଏବଂ ଟାଇଗରଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲା। ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.