ମାତାଲ୍‌ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ଗୋଟିଏ ବିଦ୍ୟାଳୟରୁ ଆସି ଅନ୍ୟ ବିଦ୍ୟାଳୟ ପିଲାଙ୍କୁ ପିଟିଲେ, ୧୭ ଛାତ୍ରଛାତ୍ରୀ ଲହୁ ଲୁହାଣ

ମୋହନା(କେନ୍ୟୁଜ୍): ମାତାଲ୍‌ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ । ଗୋଟିଏ ବିଦ୍ୟାଳୟରୁ ଆସି ଅନ୍ୟ ବିଦ୍ୟାଳୟ ପିଲାଙ୍କୁ ପିଟିଲେ । ୧୭ ଛାତ୍ରଛାତ୍ରୀ ଲହୁ ଲୁହାଣ। ଗଜପତି ଜିଲ୍ଲା ମୋହନା ବ୍ଳକ ଡେଙ୍ଗାସଖାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା।

ଶିକ୍ଷକ ଜଗଦିଶ୍ଵର ବେହେରା ମଦ୍ୟପ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟରେ ପଶି ଏକାଧିକ ପିଲାମାନଙ୍କୁ ମାଡ ମାରି କ୍ଷତାକ୍ତ କରିଥିବା ଅଭିଯୋଗ ହୋଇଛି । ୧୭ ଜଣ ଆହତ ପିଲାମାନଙ୍କୁ ଅଡବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଅଡବା ଥାନାରେ ଅଭିବାବକ ଓ ଶିକ୍ଷକ ମାନେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.