ବଢିଲା ଯୁକ୍ତ ଦୁଇ ନାମଲେଖା ଶେଷ ତାରିଖ, ବନ୍ୟା ପରିସ୍ଥିତିକୁ ଆଖିରେ ରଖି ଗଣଶିକ୍ଷା ବିଭାଗର ଏପରି ନିଷ୍ପତି

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ବଢିଲା ଯୁକ୍ତ ୨ ନାମଲେଖା ଶେଷ ତାରିଖ। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବଢିଲା ନାମ ଲେଖା ତାରିଖ । ୪ ତାରିଖ ପର୍ଯ୍ୟନ୍ତ ଥିଲା ଆବେଦନର ଶେଷ ତାରିଖ । ବନ୍ୟା ପରିସ୍ଥିତିକୁ ଆଖିରେ ରଖି ଗଣଶିକ୍ଷା ବିଭାଗର ଏପରି ନିଷ୍ପତି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ ।

କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ୨୧ ତାରିଖରେ ସ୍କୁଲ ଖୋଲିବା ନିଷ୍ପତିକୁ ପାଳନ କରିବ ନାହିଁ ରାଜ୍ୟ ଗଣଶିକ୍ଷା ବିଭାଗ । ପୂଜା ଛୁଟି ପରେ ସ୍କୁଲ ଖୋଲିବା ନିଷ୍ପତିରେ ଅଟଳ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଆଗରୁ ପୂଜା ଛୁଟି ଘୋଷଣା କରିଛନ୍ତି । ପରେ ଯଦି କିଛି ନିଷ୍ପତି ନିଅନ୍ତି । ତେବେ ତାହା ତାଙ୍କ ଉପରେ ନିର୍ଭର କରେ। ସେପ୍ଟେମ୍ବର ୨୧ ତାରିଖରୁ ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସି ନିଜର ପାଠ୍ୟ ଜନିତ ଥିବା ଡାଉଟ କ୍ଲିଅର କରିବା ପାଇଁ ସ୍କୁଲ ଖୋଲିବା ସହ ୫୦ ପ୍ରତିଶତ ଶିକ୍ଷକ ଉପସ୍ଥିତ ରହିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.