ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ କାର୍ଡ, ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଳିବ

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ କାର୍ଡ। ୱେବସାଇଟରେ ପରୀକ୍ଷାର୍ଥୀଙ୍କ ପାଇଁ ଉପଲବ୍ଧ ହେବ ଆଡମିଟ କାର୍ଡ। ସାମ୍ସ ୱେବସାଇଟ୍ WWW.SAMSODISHA.GOV.IN କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କର୍ତ୍ତୃପକ୍ଷ ।

ଭୁବନେଶ୍ୱର(କେନ୍ୟୁଜ) : ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ କାର୍ଡ । ୱେବସାଇଟରେ ପରୀକ୍ଷାର୍ଥୀଙ୍କ ପାଇଁ ଉପଲବ୍ଧ ହେବ ଆଡମିଟ କାର୍ଡ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଡମିଟ କାର୍ଡ ଆଣିବେ ।

ସାମ୍ସ ୱେବସାଇଟ୍ WWW.SAMSODISHA.GOV.IN କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କର୍ତ୍ତୃପକ୍ଷ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ କଲେଜକୁ ଅବଗତ କରାଯାଇଛି । ଜାନୁଆରୀ ୨ରେ ପ୍ରାକ୍ଟିକାଲ ଓ ଫେବୃଆରୀ ୧୬ରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା । ସେପଟେ ଆଜିଠୁ ରାଜ୍ୟର ସମସ୍ତ ୧୧୫୮ଟି କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.