କମୁଛି ଶୀତ, ବଢୁଛି କୁହୁଡ଼ି : ୟେଲୋ ଆଲର୍ଟ ଜାରି

ଘନ କୁହୁଡି ସମୟରେ ଭିଜିବିଲିଟି ୫୦ ମିଟରରୁ କମ ରହୁଛି । ଘନ କୁହୁଡ଼ି ପାଇଁ ୧୭ରୁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର(କେନ୍ୟୁଜ)  : କମୁଛି ଶୀତ, ବଢୁଛି କୁହୁଡ଼ି । ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଲୋକମାନେ ଗାଡ଼ି ଲାଇଟ ଜଳାଇ ଯିବାଆସିବା କରୁଛନ୍ତି । ଘନ କୁହୁଡି ସମୟରେ ଭିଜିବିଲିଟି ୫୦ ମିଟରରୁ କମ ରହୁଛି । ଘନ କୁହୁଡ଼ି ପାଇଁ ୧୭ରୁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନର ପ୍ରଭାବ କମିବା ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଉଛି । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଉଛି । ଫଳରେ ଶୀତ କମିବା ସହ ଘନ କୁହୁଡ଼ି ଦେଖାଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.