Below header

IITରେ ଶ୍ରେଷ୍ଠ ଛାତ୍ର ଭାବେ ମନୋନୀତ ହୋଇ ଗୌରବ ଆଣିଲେ ସୋମନାଥ, ରାଷ୍ଟ୍ରପତିଙ୍କ ଠାରୁ ଲାଭ କଲେ ସ୍ୱର୍ଣ୍ଣପଦକ

ପିଲା ବେଳ ପାଠ ପଢ଼ା ପ୍ରତି ତାଙ୍କର ଅହେତୁକ ଆଗ୍ରହ ଆଜି ତାଙ୍କୁ ସୁନାମ ଆଣି ଦେଇଛି । ଆଇ.ଆଇ.ଟିରେ ଶ୍ରେଷ୍ଠ ଛାତ୍ର ଭାବେ ମନୋନୀତ ହୋଇ ଏହି ଛାତ୍ର ଜଣଙ୍କ ରାଷ୍ଟ୍ରପତିଙ୍କ ଠାରୁ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି, ଯାହା ବେଶ ଗର୍ବର ବିଷୟ ।

ବାପା ମା’ଙ୍କ ସହ ସମଗ୍ର ଓଡ଼ିଶାବାସୀଙ୍କୁ କରିଛନ୍ତି ଗର୍ବିତ । ଜିଦ ଧରିଥିଲେ ଯାହା ବି ହେଉ ନିଜ ବାପା ମା’ଙ୍କ ସ୍ୱପ୍ନକୁ ପୂରା କରିବି । ଆଉ ଶେଷରେ ନିଜ ସ୍ୱପ୍ନକୁ ପୂରା କରି ଦେଖାଇଛନ୍ତି ଜଣେ ଛାତ୍ର । ସେ ବହୁ ପରିଶ୍ରମ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପିଲା ବେଳ ପାଠ ପଢ଼ା ପ୍ରତି ତାଙ୍କର ଅହେତୁକ ଆଗ୍ରହ ଆଜି ତାଙ୍କୁ ସୁନାମ ଆଣି ଦେଇଛି । IITରେ ଶ୍ରେଷ୍ଠ ଛାତ୍ର ଭାବେ ମନୋନୀତ ହୋଇ ଏହି ଛାତ୍ର ଜଣଙ୍କ ରାଷ୍ଟ୍ରପତିଙ୍କ ଠାରୁ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି, ଯାହା ବେଶ ଗର୍ବର ବିଷୟ । ତେବେ ଆସନ୍ତୁ ଜାଣିବା କିଏ ଏହି ଛାତ୍ର ।

ମନରେ ପ୍ରବଳ ଇଛାଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସାଧ୍ୟ ହେବ । ଯାହାର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ସୋମନାଥ ଜେନା । କମଳାକାନ୍ତ ଜେନା ଓ ମନ୍ମୟୀ ଜେନାଙ୍କ ସୁପୁତ୍ର ହେଉଛନ୍ତି ସୋମନାଥ । ଘର ତାଙ୍କର ଯାଜପୁର ଜିଲ୍ଲା ରତ୍ନଗିରି ଅଞ୍ଚଳରେ ହୋଇ ଥିଲେ ମଧ୍ୟ ଦୀର୍ଘ ଦିନ ଧରି କେନ୍ଦୁଝରରେ ବସବାସ କରୁଛନ୍ତି । ସୋମନାଥଙ୍କ ବାପା କମଳାକାନ୍ତ କେନ୍ଦୁଝର ବାଣିଜ୍ୟ କର ବିଭାଗର ଆସିଷ୍ଟାନ୍ସ କମିଶନର ଭାବେ କାର୍ଯ୍ୟରତ ଓ ମା ମନ୍ମୟୀ କେନ୍ଦୁଝରରେ ଥିବା ଅଲ ଇଣ୍ଡିଆ ରେଡିଓରେ ଉପସ୍ଥାପିକା ଭାବେ କାର୍ଯ୍ୟ କରନ୍ତି । ସୋମନାଥ କେନ୍ଦୁଝର ସହରର ନିର୍ମଳା କନଭେଣ୍ଟ ସ୍କୁଲରୁ ମ୍ୟାଟ୍ରିକ ପରୀକ୍ଷା ଟପ୍ପର ହୋଇଥିଲେ । ପରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡି.ଏ.ଭି. ସ୍କୁଲରୁ ଟପ୍ପର ହୋଇ ସଫଳତାର ସହ +୨ ପାସ କରିବା ପରେ ୨୦୧୮ରେ ଦେଶର ସର୍ବ ପୁରାତନ ଖଡ଼ଗପୁର ସ୍ଥିତ IITରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜନିୟରିଂ ରେ ଡୁଆଲ ଡିଗ୍ରୀରେ ବି.ଟେକ ଓ ଏମ.ଟେକ ଅଧ୍ୟୟନ କରିଥିଲେ । ୬୯ତମ କନଭୋକେସନ୍ ୨୦୨୩ ଶେଷ ବର୍ଷରେ ସୋମନାଥ ବ୍ୟାଚ ଟପ୍ପର ହେବା ସହିତ IIT ଖଡ଼ଗପୁର ସମସ୍ତ ପାଠ୍ୟକ୍ରମ ମଧ୍ୟରେ ଶ୍ରେଷ୍ଠ ଛାତ୍ର ଭାବେ ବିବେଚିତ ହୋଇ prime minister of india gold medal ପାଇଁ ମନୋନୀତ ହୋଇଥିଲେ ଏବଂ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି ଯାହା ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଏବଂ ଗୌରବ ବିଷୟ । ସୋମନାଥ ପିଲା ବେଳରୁ ସ୍କୁଲ କିମ୍ବା କଲେଜରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ତାଙ୍କ ବାପା କହିିଛନ୍ତି ।

ସୋମନାଥଙ୍କ ସଫଳତାରେ ସାରା ରାଜ୍ୟ ଗର୍ବ କରୁଛି । ତାଙ୍କର ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଆଗାମୀ ଭବିଷ୍ୟତରେ ସେ ଆହୁରି ଅଗ୍ରଗତି କରନ୍ତୁ ତାହା ହିଁ ରାଜ୍ୟ ବାସୀଙ୍କ କାମନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.