୪ବର୍ଷ ତଳ କଲରାପତରିଆ ବାଘ ହତ୍ୟାର ପର୍ଦ୍ଦା ଫାସ, ୨ ଗିରଫ

୯ଦିନରେ ଖୋଲିଲା ୪ବର୍ଷ ତଳର କଲରାପତରିଆ ବାଘ ହତ୍ୟାର ଗୁମର। କଲରାପତରିଆ ବାଘକୁ ହତ୍ୟା କରି ଏହାର ଛାଲକୁ ବିକ୍ରି ଅଭିଯୋଗରେ ଫେବୃଆରୀ ୫ତାରିଖରେ ୨ଜଣଙ୍କୁ କଟକରୁ ଗିରଫ କରାଯାଇଥିଲା। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଓ ରାଜ୍ୟ ବନ୍ୟ ବିଭାଗର ମିଳିତ ଚଢଉରେ ୨ଜଣଙ୍କୁ ଗିରଫ କରାଯାଇଥିଲା।

ଭୁବନେଶ୍ୱର (କେନ୍ୟୁଜ): ୯ଦିନରେ ଖୋଲିଲା ୪ବର୍ଷ ତଳର କଲରାପତରିଆ ବାଘ ହତ୍ୟାର ଗୁମର। କଲରାପତରିଆ ବାଘକୁ ହତ୍ୟା କରି ଏହାର ଛାଲକୁ ବିକ୍ରି ଅଭିଯୋଗରେ ଫେବୃଆରୀ ୫ତାରିଖରେ ୨ଜଣଙ୍କୁ କଟକରୁ ଗିରଫ କରାଯାଇଥିଲା। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଓ ରାଜ୍ୟ ବନ୍ୟ ବିଭାଗର ମିଳିତ ଚଢଉରେ ୨ଜଣଙ୍କୁ ଗିରଫ କରାଯାଇଥିଲା।

ସେମାନଙ୍କୁ ପଚରାଉଚରା ପରେ ଏଥିରେ ୭ ଜଣ ଅପରାଧୀଙ୍କ ଲିଙ୍କ ମିଳିଛି। ୯ଦିନ ଧରି ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ କେନ୍ଦ୍ରାପଡ଼ାରେ ସର୍ଚ୍ଚ ଅପରେସନ କରାଯାଇଥିଲା। ସର୍ଚ୍ଚ ବେଳେ କଲରାପତାରିଆ ବାଘ ଛାଲ ସହ ଦାନ୍ତ ମଧ୍ୟ ଜବତ ହୋଇଛି। ତଦନ୍ତରେ ୪ଟି ସଂପୃକ୍ତ ଜିଲ୍ଲାର ଡିଏଫଓ ସହଯୋଗ କରିଛନ୍ତି। ଆଗକୁ ମଧ୍ୟ ଏହି ତଦନ୍ତ ଜାରି ରହିବ ଓ ଏଥିରେ ପ୍ରାୟ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥିବା ଜଏଣ୍ଟ ଟାସ୍କ ଫୋର୍ସ ଏସିଏଫ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.