ରାଜଧାନୀରୁ ବାଇକ୍‌ ଚୋରି କରି ଖୋର୍ଦ୍ଧାର ଜଙ୍କିଆରେ ବିକ୍ରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ,୪୬ଟି ବାଇକ ଓ ୭ଟି ଚୋରି ମୋବାଇଲ ଜବତ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ସ୍ପିଡ୍‌ ବାଇକ୍‌ରେ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ । ରାଜଧାନୀରୁ ବାଇକ୍‌ ଚୋରି କରି, ଜଙ୍କିଆରେ ବିକ୍ରି କରନ୍ତି । ଏଭଳି ଦୁଇଟି ଗ୍ୟାଙ୍ଗର ୫ ଜଣ ଲୁଟେରାଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ପାଖରୁ ଜବତ ହୋଇଛି ୪୬ଟି ବାଇକ, ୭ଟି ଚୋରି ମୋବାଇଲ ।

bike seized 2 ଦୁଇଟି ଗ୍ୟାଙ୍ଗ ନାଁରେ ରାଜଧାନୀ ଓ ଖୋର୍ଦ୍ଧାର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ସେମାନଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍‌ । ଏହି ଗ୍ୟାଙ୍ଗର ଆଉ କିଛି ସଦସ୍ୟଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.