ଶରୀର ପାଇଁ ଅମୃତ ନାଶପାତି, ଅନେକ ବଡବଡ ରୋଗକୁ ଚୁଟକିରେ କରେ ଦୂର

ନାଶପାତି ଶରୀର ପାଇଁ ଏକ ବହୁତ ଭଲ ଫଳ ଅଟେ। ଆୟୁର୍ବେଦିକ ଡାକ୍ତରଙ୍କ କହିବାନୁଯାୟୀ ଯଦି କେବେ ଏହି ଫଳର ପୂରା ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଏହି ଫଳକୁ କେବେବି ଚୋପା ଛଡାଇ ଖାଆନ୍ତୁନାହିଁ। କାହିଁକିନା ଏହାର ଚୋପାରେ ଏପରି ନ୍ୟୁଟ୍ରିସନ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

ଆଇରନରେ ଭରପୂର ନାଶପାତି ଆମ ଶରୀରରେ ରକ୍ତର ଅଭାବକୁ ପୂରା କରି ସେଥିରେ ହିମୋଗ୍ଲୋବିନର ମାତ୍ରାକୁ ବଢ଼ାଇଥାଏ। ଯଦି ଆପଣ ଏନିମିଆ ରୋଗରେ ପୀଡିତ ତାହେଲେ ନାଶପାତି ଖାଇବା ଆପଣଙ୍କ ପାଇଁ ବହୁତ ଫାଇଦାପୂର୍ଣ୍ଣ ହେବ।

ଏହା ଆମ ଶରୀରର ଇମ୍ୟୁନିଟୀ ପାଓ୍ଵାରକୁ ବଢ଼ାଇଥାଏ ଏବଂ ପାଚନ କ୍ରିୟାକୁ ଠିକ୍‌ କରି ପେଟ ରୋଗ ଠାରୁ ଦୂରେଇ ରଖିଥାଏ।

pearଏହା ଗଣ୍ଠିକୁ ମଜବୁତ୍‌ କରିବାରେ ମଧ୍ୟ ବେଶ୍‌ ସହାୟକ ହୋଇଥାଏ। ସୁସ୍ଥ ଶରୀର ପାଇଁ ପ୍ରତିଦିନ ଗୋଟିଏ ନାଶପାତି ଖାଇବା ବହୁତ ବଢ଼ିଆ ହୋଇଥାଏ।

ମୋଟାପଣ ସମସ୍ୟା ଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ନାଶପାତିର ସେବନ ବହୁତ ଲାଭଦାୟକ। ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ। ଯାହା ପେଟକୁ ବହୁତ ସମୟ ପର୍ଯ୍ୟନ୍ତ ଫୁଲା ଫୁଲା ରଖିଥାଏ।

ନୋଟ୍‌ : ଏହି ପାଠ୍ୟକ୍ରମରେ ଆମେ ଯାହା ଜଣାଇଲୁ ତାହା କାରିଗରୀ। ତଥାପି କୌଣସି ବି ରୋଗରେ ଆପଣ ପ୍ରଥମେ ଡାକ୍ତରଙ୍କ ସହିତ ନିଶ୍ଚୟ ପରାମର୍ଶ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.