ଗଣେଶ ପୂଜାରେ ରାଜଧାନୀ ଦୁଇ ଦୁଇଟି ବିଭତ୍ସ ହତ୍ୟାକାଣ୍ଡ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଶାସ୍ତ୍ରୀ ନଗର ଅଞ୍ଚଳରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ଘରେ କେହି ନଥିବା ବେଳେ ମର୍ଡର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳା ଶୁଭଶ୍ରୀ ମହାପାତ୍ରଙ୍କ ସ୍ୱାମୀ । ଶାସ୍ତ୍ରୀନଗରରେ ଭଡ଼ା ଘରେ ରହୁଥିଲେ ଅନନ୍ତ ନାରାୟଣ ନାଥଙ୍କ ପରିବାର । ଟିଉସନରୁ ଫେରି ମାଆଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା କୁନି ପୁଅ । ଏନେଇ ବାପାଙ୍କୁ ଫୋନ୍‌ କରି ଜଣାଇଥିଲା । ଅନନ୍ତ ଘରେ ପହଞ୍ଚି ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠି ପ୍ରଶ୍ନ ଉଠୁଛି କେମିତି ଘଟିଲା ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ? ଶୁଭଶ୍ରୀଙ୍କ ବେକରେ ଦାଗ ହେଲା କେମିତି ? ପୂର୍ବରୁ କାହା ସହ ପାଟି ତୁଣ୍ଡ ହୋଇଥିଲା କି? ଘରେ ତାଙ୍କୁ କେହି ହତ୍ୟା କରି ପଳେଇଯାଇଛି କି? ଏସବୁର ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ । ଶୁଭଶ୍ରୀଙ୍କ ମୋବାଇଲ ଫୋନକୁ ଜବତ କରି ଯାଞ୍ଚ କରାଯାଇଛି । ପଡୋଶୀଙ୍କ ବୟାନ ରେକର୍ଡ କରିଛି ପୋଲିସ ।

ବାଣୀବିହାର ଡିସିପି ଅଫିସ ନିକଟରେ ଚା’ ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ଏହି ଘଟଣାରେ ଅଭିଯୁକ୍ତ କାବୁ ଦାସ ଓ ପାଉଣୀ ଦାସକୁ ଗିରଫ କରିଛି ପୋଲିସ । ବାଣୀବିହାର ଛକରେ ଦୋକାନ କରିବାକୁ ନେଇ ଦୁଇଦିନ ତଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ସୌମ୍ୟଙ୍କୁ ପିଟି ପିଟି ହତ୍ୟା କରିଥିଲେ ଦୁଇଜଣ ଅଟୋ ଡ୍ରାଇଭର । ପାର୍ବଣ ସମୟରେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି କମିଶନରେଟ ପୋଲିସ । ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ସବୁ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.