କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମାତୃ ବିୟୋଗ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ନିଧନ ହୋଇଯାଇଛି। ଗତ ଶନିବାର ଅଗଷ୍ଟ ୨୭ରେ ତାଙ୍କର ଇଟାଲୀରେ ପରଲୋକ ଘଟିଥିଲା ଏବଂ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବର୍ତ୍ତମାନ ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି।
କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବି ସୋନିଆ ଗାନ୍ଧୀଙ୍କ ମା’ଙ୍କ ନିଧନ ନେଇ ନିଶ୍ଚିତ କରିଛନ୍ତି। ସେ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି।