ନୟାଗଡ଼: ଗାଧୋଇଥିବା ବେଳେ ପୋଖରୀରେ ବୁଡି ୨ ଶିଶୁ ପୁତ୍ର ମୃତ

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଗାଁରେ ଅଭାବନୀୟ ଘଟଣା । ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର ହୋଇଛି। ଦଶପଲ୍ଲା ମେଡିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ଘଟଣା ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ନୟାଗଡ଼(କେନ୍ୟୁଜ୍): ପୋଖରୀରେ ବୁଡି ୨ ଶିଶୁ ପୁତ୍ରଙ୍କ ମୃତ୍ୟୁ।  ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଗାଁରେ ଅଭାବନୀୟ ଘଟଣା । ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର ହୋଇଛି। ଦଶପଲ୍ଲା ମେଡିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ଘଟଣା ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୋରଡ଼ା ଗାଁର ବାବୁ ନାୟକଙ୍କ ପୁଅ ରାକେଶ ନାଏକ ୮ ବର୍ଷ ଏବଂ ଆରଡ଼ା ଗାଁର ମହେଶ ନାୟକଙ୍କ ପୁଅ ରିତେଶ ନାୟକଙ୍କ ୬ବର୍ଷର ପୁଅର ମୃତ୍ୟୁ ହୋଇଛି ।  ରିତେଶ ସୋରଡ଼ା ଗାଁକୁ ନିଜ ଆଇଙ୍କ ଘରକୁ ବୁଲିବାକୁ ଆସିଥିଲେ । ଉଭୟ ପୋଖରୀରେ ଗାଧୋଇଥିବା ବେଳେ ବୁଡ଼ିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.